Below header

ଏଠି ଗଛ ଗଣ୍ଡିରେ ମୃତ ଶିଶୁଙ୍କୁ ଦିଆଯାଏ ସମାଧି, ସତ ଜାଣିଲେ ଚମକି ପଡ଼ିବେ ଆପଣ

ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି, ଯାହାକି ଆମକୁ ଅଜବ ଲାଗିଥାଏ। ଆଜି ଆମେ ଆପଣଙ୍କୁ ଏମିତି ହିଁ ଏକ ପରମ୍ପରା ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚଯ୍ୟର୍ ହୋଇଯିବେ। ସାଧାରଣତଃ କୌଣସି ଶିଶୁର ମୃତ୍ୟୁ ଘଟିଲେ, ତାକୁ ମାଟି ଖୋଳି ପୋତି ଦିଆଯାଏ। କିନ୍ତୁ ଏଠି ପରମ୍ପରା ସମ୍ପୂର୍ଣ୍ଣ ଅଲଗା। ଏଠାରେ ମୃତ ଶିଶୁକୁ ମାଟି ତଳେ ପୋତି ଦିଆଯାଇ ନ ଥାଏ, ବରଂ ସେମାନଙ୍କୁ ଗଛ ଗଣ୍ଡିରେ ରଖାଯାଇଥାଏ।

t88

ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସିପାରେ, ଏଭଳି ପରମ୍ପରା ବିଶ୍ୱର କେଉଁଠି ପାଳନ କରାଯାଇଥାଏ। ହଁ, ଏହି ଅଦ୍ଭୁତ ପରମ୍ପରା ହେଉଛି ଇଣ୍ଡୋନେସିଆର। ଇଣ୍ଡୋନେସିଆ ରାଜଧାନୀଠାରୁ ପ୍ରାୟ ୧୮୦ ମାଇଲ୍‌ ଦୂର ତାନା ତରୋଜାଠାରେ ଏହି ପରମ୍ପରା ଦେଖିବାକୁ ମିଳିବ। ଏହା ଏକ ପାହାଡ଼ିଆ ଅଞ୍ଚଳ। ଏଠାକୁ ଥରେ ବୁଲି ଆସିଲେ, ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

tr7

ତେବେ ଏହି ପରମ୍ପରା ଏକ ବିଶ୍ୱାସ ସହ ଜଡ଼ିତ। ଲୋକଙ୍କର ବିଶ୍ୱାସ ଯେ ଯଦି ଶିଶୁର ମୃତଦେହକୁ ଗଛ ଗଣ୍ଡିରେ ମିଶାଇ ଦିଆଯିବ, ତା’ହେଲେ କିଛି ବର୍ଷ ପରେ ଏହା ପ୍ରାକୃତିକ ରୂପରେ ଗଛ ସହିତ ହିଁ ମିଳିପାରିବ।

tr77

ଏଠାରେ କେବଳ ଗୋଟିଏ କିମ୍ବା ଦୁଇଟି ଗଛ ନୁହେଁ, ବରଂ ଏହିପରି ହଜାର ହଜାର ଗଛ ଦେଖିବାକୁ ମିଳିବ। ସମ୍ପୂର୍ଣ୍ଣ ରୀତିନୀତି ସହ ମୃତ ଶିଶୁଙ୍କୁ ଗଛରେ ସମାଧି ଦିଆଯାଇଥାଏ। ଏହାପରେ ଗଛର ସେହି ଜାଗାକୁ ଢାଙ୍କି ଦିଆଯାଏ। ତେବେ ଏହା ସବୁ ଶିଶୁଙ୍କ ପାଇଁ ନୁହେଁ, ବରଂ ଯେଉଁମାନଙ୍କ ଦାନ୍ତ ଉଠି ନ ଥାଏ, ସେମାନଙ୍କ ଶବକୁ ଗଛ ଭିତରେ ରଖିଦିଆଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.