ଦେଶୀ ମଦ ଭାଟି ଉପରେ ଚଢାଉ ବେଳେ ଅବକାରୀ ବିଭାଗ ଅଧିକାରୀଙ୍କୁ ଆକ୍ରମଣ, ୫ ଆହତ

ଭୁବନେଶ୍ୱର (କେନ୍ୟୁଜ) : ଦେଶୀ ମଦ ଭାଟି ଉପରେ ଚଢାଉ ବେଳେ ଅବକାରୀ ବିଭାଗ ଅଧିକାରୀଙ୍କୁ ଆକ୍ରମଣ। ଗାଡ଼ି ଭଙ୍ଗାରୁଜା । ଭୁବନେଶ୍ୱର ଭରତପୁର ଅଞ୍ଚଳରେ ଏହି ଆକ୍ରମଣ ହୋଇଛି। ମହିଳା କର୍ମଚାରୀଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି । ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି। ପୋଲିସ ଘଟଣାସ୍ଥଳରୁ ୨ଜଣ ଦୁର୍ବୃତ୍ତଙ୍କୁ ଧରି ଅଟକ ରଖିଛି। ଭରତପୁର ଥାନା ପଛପଟ ଅଞ୍ଚଳରେ ଚାଲିଥିଲା ଏହି ଦେଶୀ ମଦ କାରବାର । ଅବକାରୀ ବିଭାଗ ପକ୍ଷରୁ ଭରତପୁର ଥାନାରେ ଏତଲା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.