Below header

ମେ ୩ ଯାଏଁ ବନ୍ଦ ରହିବ ରାଜ୍ୟ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ, ନିର୍ଦ୍ଦେଶ ଦେଲା ସାଧାରଣ ପ୍ରଶାସନ ବିଭାଗ

କେନ୍ୟୁଜ(ବ୍ୟୁରୋ): ରାଜ୍ୟ ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆସନ୍ତା ମେ ୩ ଯାଏଁ ବନ୍ଦ କରିବାକୁ ସାଧାରଣ ପ୍ରଶାସନ ବିଭାଗ ମଙ୍ଗଳବାର ନିର୍ଦ୍ଦେଶ ଦେଇଛି । ପୂର୍ବରୁ ଏହା ୨୧ ତାରିଖରେ ଖୋଲିବ ବୋଲି କୁହାଯାଇଥିଲା ତେବେ ଲକଡାଉନ ବୃଦ୍ଧିକୁ ଦୁଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଥିବା ଜଣାପଡିଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି ।

 

advisory

ଏହି ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର ଏବଂ ଜୟପୁରରେ ଥିବା ଉଚ୍ଚଶିକ୍ଷା ଆଞ୍ଚଳିକ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ପୂର୍ବରୁ ଉଚ୍ଚଶିକ୍ଷା ସଚିବ ଶାଶ୍ଵତ ମିଶ୍ର ଏପ୍ରିଲ୍ ୨୧ରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର କାର୍ଯ୍ୟାଳୟ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.