କ୍ବାରେଣ୍ଟାଇନ ସେଣ୍ଟରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କ୍ବାରେଣ୍ଟାଇନରେ ଥିବା ଲୋକେ

କେନ୍ୟୁଜ(ବ୍ୟୁରୋ): ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇର ନାଗପଡା ଅଞ୍ଚଳରେ ଥିବା ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟିଛି। ଯେଉଁ ହୋଟେଲକୁ କରୋନା ଭାଇରସ ରୋଗୀଙ୍କ ପାଇଁ ଏକ କ୍ବାରେଣ୍ଟାଇନ କେନ୍ଦ୍ର କରାଯାଇଛି ।  ଅଗ୍ନିଶମ ବିଭାଗର ଅଧିକାରୀଙ୍କ କହିବା ମୁତାବକ ,ସନ୍ଧ୍ୟା ପ୍ରାୟ ୬ଟା ୨୦ରେ ବେଲାସିସ୍ ରୋଡସ୍ଥିତ ଚାରି ମହଲା ହୋଟେଲ ରିପନ୍ ପ୍ୟାଲେସରେ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ବିଲ୍ଡିଂରେ କ୍ବାରେଣ୍ଟାଇନରେ ରଖାଯାଇଥିବା ଅଧିକାଂଶ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଆଉ କିଛି ଲୋକଙ୍କୁ ଖୋଜା ଚାଲିଛି ବୋଲି ଅଗ୍ନିଶମ ଅଧିକାରୀ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.