Below header

ଠକ ଜ୍ୟୋତିଷ, ଭାଗ୍ୟ ଭବିଷ୍ୟତ ବଳଦାଇ ଦେବାର ସ୍ୱପ୍ନ ଦେଖାଇ ଠକିନେଲା ୨୦ଲକ୍ଷ

ଭୁବନେଶ୍ୱର : ଭାଗ୍ୟ ଭବିଷ୍ୟତ ବଳଦାଇ ଦେବାର ସ୍ୱପ୍ନ ଦେଖାଇ ୨୦ଲକ୍ଷ ଟଙ୍କା ଠକିନେଲା ଠକ ଜ୍ୟୋତିଷ । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଥାନାରେ ଅଭିଯୋଗ ପରେ ଠକ ଜ୍ୟୋତିଷ ବିଶ୍ୱଜ୍ୟୋତି ଅରବିନ୍ଦ ମହାନ୍ତିଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ପୋଲିସ । ଅଭିଯୋଗ ଅନୁୂସାରେ,ଲକ୍ଷ୍ମୀସାଗର ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ଭାଗ୍ୟ ପରିବର୍ତ୍ତନ ପାଇଁ ଜ୍ୟୋତିଷ ଜଣଙ୍କ ତାଙ୍କୁ ସ୍ୱପ୍ନ ଦେଖାଇଥିଲେ । ଏପରିକି ଘରେ ହୋମଯଜ୍ଞ ବି କରିଥିଲେ । ସ୍ୱପ୍ନ ଦେଖାଇ ଟଙ୍କା ଓ କାର ନେଇ ଫେରାର ହୋଇଯାଇଥିଲେ । ଗତକାଲି ଅଭିଯୁକ୍ତକୁ ଗିରଫ କରିବା ପରେ ଆଜି ତାଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.