ସମୁଦ୍ର ଭଷାଇନେଲା କାର, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ପାଲଘର ଜିଲ୍ଲା ସମୁଦ୍ର କୂଳରେ ଏକ ସୋଚନୀୟ ଘଟଣା ଘଟିଛି। ସମୁଦ୍ରକୂଳ ପାଖରେ ଏକ ଗାଡ଼ି ଦୁର୍ଘଟଣାର ସମ୍ମୁଖୀନ ହୋଇଛି। କାରଟି ସମୁଦ୍ର ଜୁଆରରେ ଭାସି ଯାଇଥିବା ବେଳେ ଗାଡି ଚାଳକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।
ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି। କାରଟି କୂଳରେ ଯାଉଥିବା ବେଳେ ହଠାତ୍ ବାଲିରେ ଫସି ଯାଇଥିଲା। ଏହାପରେ ଜୁଆରରେ ମାଡ଼ରେ ଏହା ସମୁଦ୍ର ଭିତରକୁ ଚାଲିଯାଇଥିଲା। କାରଟି ପାଣିରେ ବୁଡ଼ିବା ଦେଖି ଏହା ମଧ୍ୟରେ ଥିବା ବ୍ୟକ୍ତି ଜଣଙ୍କ ତୁରନ୍ତ ବାହାରକୁ ଦୌଡ଼ି ଚାଲି ଆସିଥିଲେ।
ଆଉ ଜଣେ ବ୍ୟକ୍ତି କୂଳରୁ ଏହା ଦେଖି କାରଟିକୁ ରକ୍ଷା କରିବାକୁ ଯାଇଥିଲେ। ହେଲେ ବଡ଼ ବଡ଼ ଜୁଆର ଯୋଗୁ ଏହା ସମ୍ଭବ ହୋଇ ପାରି ନଥିଲା। ଜୁଆର ମାଡ଼ରେ କାରଟି ସମୟକ୍ରମେ ସମୁଦ୍ର ମଧ୍ୟକୁ ଚାଲିଯାଉଥିବା ଭିଡିଓରୁ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଏହି କାରରେ କେତେ ଜଣ ଥିଲେ ଏବଂ କେହି ଆହତ ହୋଇଛନ୍ତି କି ନାହିଁ, ତାହା ସ୍ପଷ୍ଟ ହୋଇ ନାହିଁ।
ପାଲଘର ମୁମ୍ବାଇରୁ ପ୍ରାୟ ୮୭ କିଲୋମିଟର ଉତ୍ତରରେ ଅବସ୍ଥିତ।
#WATCH A car gets stuck in sand and is lashed by waves, at a beach in Palgarh (10 June). #Maharashtra pic.twitter.com/x0KuZ8ibQE
— ANI (@ANI) June 10, 2019