ମନ୍ତ୍ରୀ ପଦ ବି ବଦଳାଇ ପାରିଲାନି ଜୀବନଶୈଳୀ, ଭଙ୍ଗା ଘରେ ରାତି କାଟିବା ସହ ମନ୍ଦିର ସଫା କଲେ ପ୍ରତାପ ଷଡ଼ଙ୍ଗୀ

ସରଳ ଅମାଇକ ଜୀବନ ପାଇଁ ରାଜ୍ୟ ଠାରୁ ଆରମ୍ଭ କରି ଜାତୀୟ ଗଣ ମାଧ୍ୟମର ଶିରୋନାମା ପାଲଟିଥିବା ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ହୋବାପରେ ପ୍ରଥମ ଥର ଗାଁକୁ ଆସିଛନ୍ତି । ଏହି ଅବସରରେ ତାଙ୍କୁ ତାଙ୍କ ଜନ୍ମମାଟିର ଲୋକମାନେ ଉଚ୍ଛେସିତ ସମ୍ବୋର୍ଦ୍ଧନା ଦେବା ସହ ତାଙ୍କର ଜୟଗାନ କରିଥିଲେ। କିନ୍ତୁ ମନ୍ତ୍ରୀ ହୋଇ ଗାଁ ଆସିବା ପରେ ପ୍ରତାପଙ୍କ ରହଣୀ ସହଣୀରେ ଟିକେବି ପରିବର୍ତ୍ତନ ହୋଇନାହିଁ ଯାହା ଗତ କାଲି ତାଙ୍କ ଗାଁରେ ପ୍ରତାପ ପହଞ୍ଚିବା ପରେ ଜଣା ପଡିଥିଲା।

ନିଜ ଜନ୍ମ ମାଟିରେ ପାଦ ଦେବା ପରେ ପ୍ରତାପ ପ୍ରଥମେ ନିଜ ଗୁରୁ ତ୍ରୀଲୋଚନ ସାହୁଙ୍କ ଘରକୁ ଯାଇ ତାଙ୍କ ଠାରୁ ଆର୍ଶୀବାଦ ଭିକ୍ଷା କରିଥିଲେ। ପରେ ସେଠାରୁ ତାଙ୍କ ଗାଁ ଗୋପିନାଥପୁର ଶାସନ ଅଭିମୁଖେ ବାହାରିଥିଲେ। ସନ୍ଧ୍ୟା ୬.୩୦ରୁ ବିଳମ୍ବିତ ରାତି ୩.୩୦ ପର୍ଯ୍ୟନ୍ତ ଶହ ଶହ ଲୋକ ତାଙ୍କୁ ସମ୍ବୋର୍ଦ୍ଧନା ଦେବା ପାଇଁ ତାଙ୍କ ଘର ନିକଟରେ ରୁଣ୍ଡ ହୋଇ ରହିଥିଲେ। ପରେ କିଛି ସମୟ ପାଇଁ ପ୍ରତାପ ଷଡ଼ଙ୍ଗୀ ତାଙ୍କ ଚାଳ ଛପର ଘରେ ରାତ୍ରୀ ଯାପନ କରିଥିଲେ ।

ସକାଳୁ ଉଠି ଯୋଗ କରିବା ପରେ ସବୁଦିନ ଭଳି ପ୍ରତାପ ଦାନ୍ତକାଠି ଧରି ପୋଖରୀକୁ ସ୍ନାନ କରିବା ପାଇଁ ବାହାରିଥିଲେ । ବୟସ ବଢିବାକୁ ଖାତିର ନକିରି ଗାଁ ପିଲାଙ୍କ ଭଳି ପ୍ରତାପ ପୋଖରୀରେ କିଛି ସମୟ ପହଁରୀ ଥିଲେ ଓ କଳସରେ ପାଣି ଆଣି ମନ୍ଦିର ବେଢା ସଫା କରିଥିଲେ। ସ୍ନାନ ସାରି ଘରକୁ ଫେରିବା ବେଳେ ଘର ନିକଟରେ ଉପସ୍ଥିତ ଅନେକ ସମର୍ଥକ ଓ ସାଧାରଣ ଜନତାଙ୍କ ସହ କିଛି ସମୟ ବିତାଇ ଥିଲେ ଓ ପରେ ଛୋଟ ଛୋଟ ପିଲାମାନଙ୍କୁ ମିଠା ବାଣ୍ଟିଥିଲେ। ଜଣେ ମାଟିର ପୁଅ ହିସାବରେ ପ୍ରତାପଙ୍କ ଏହି ସାଧାରଣ ଜୀବନ ଶୈଳୀ ବାସ୍ତବରେ ସମସ୍ତଙ୍କ ମନ ଜିଣିଥିବା ନେଇ ସାଧାରଣରେ ଚର୍ଚ୍ଚ ହେଉଛି ।