ଟିଟିଲାଗଡ଼: ଛାପା କାରଖାନାରେ ପୁଳା ପୁଳା ନକଲି ନୋଟ, ଜଣଙ୍କୁ ଗିରଫ କଲା STF
ଟିଟିଲାଗଡ଼(କେନ୍ୟୁଜ୍): ପୁଳା ପୁଳା ନକଲି ନୋଟ । ଟିଟିଲାଗଡ଼ରେ ନକଲି ନୋଟ ଛାପା କାରଖାନା ଠାବ । ୩୧ ଲକ୍ଷ ୨୭ ହଜାର ୫ ଶହ ଟଙ୍କାର ଜାଲ ନୋଟ ଜବତ। ଫେକ୍ ନୋଟ୍ କାରବାରରେ ଜଣଙ୍କୁ ଗିରଫ କରିଛି STF। ଗିରଫ ଅଭିଯୁକ୍ତ ଲିଙ୍ଗରାଜ ବେହେରା । ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।
ଟିଟିଲାଗଡ଼ ବସଷ୍ଟାଣ୍ଡ ପାର୍କ ମୁଖ୍ୟ ଗେଟ୍ ନିକଟରେ ବଲାଙ୍ଗିର ପୋଲିସ ସହାୟତାରେ ରେଡ୍ କରିଥିଲା STF ଟିମ୍ । କଳାହାଣ୍ଡି ଜିଲା କେଗାଁ ଥାନା ଅନ୍ତର୍ଗତ କଣ୍ଟାମାଲର ଲିଙ୍ଗରାଜ ବେହେରା ନକଲି ନୋଟ ଅନ୍ୟ ଜଣଙ୍କୁ ହସ୍ତାନ୍ତର କରିବା ପାଇଁ ଜଗି ଥିଲେ । ପୂର୍ବରୁ ସୂଚନା ପାଇ ଏସଟିଏଫ ଦଳ ଛକି ବସିଥିବା ବେଳେ ଅଭିଯୁକ୍ତକୁ କାବୁ କରିଥିଲା ।