ରେଳ ପାଇଁ ରାଜ୍ୟ ମାଗିଥିଲା ୮ ହଜାର ୪୦୦ କୋଟି, କେନ୍ଦ୍ର ଦେଲା ୧୦ ହଜାର ୧୨ କୋଟି

କେନ୍ୟୁଜ୍(ବ୍ୟୁରୋ): ରେଳ ପାଇଁ ରାଜ୍ୟ ସରକାର ମାଗିଥିଲେ ୮ ହଜାର ୪୦୦ କୋଟି ଟଙ୍କା ।  କିନ୍ତୁ ବଜେଟରେ ରେଳ ପାଇଁ ଓଡ଼ିଶାକୁ ମିଳିଲା ୧୦ ହଜାର ୧୨ କୋଟି ଟଙ୍କା। ଚଳିତ ବର୍ଷ ରାଜ୍ୟରେ ୨୮୦ କିମି ନୂଆ ରେଳ ଲାଇନ ତିଆରି ହୋଇଛି ।  ଚଳିତ ବର୍ଷ ରାଜ୍ୟରେ ୫୭ଟି ଷ୍ଟେସନର ନବୀକରଣ ଲାଗି ବ୍ୟୟ ବରାଦ କରାଯାଇଛି । ସେଥିମଧ୍ୟରୁ ପୂର୍ବରୁ ୩୪ଟି ଷ୍ଟେସନର ନବୀକରଣ ପ୍ରସ୍ତାବ ମଞ୍ଜୁର ହେଇଥିଲା । ଏହାମଧ୍ୟରେ ପୁରୀ, ଭୁବନେଶ୍ଵର, କଟକ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ଭଦ୍ରକ, କେନ୍ଦୁଝରଗଡ଼ ଆଦି ଷ୍ଟେସନ ରହିଛି ।

ପୁରୀ ଲାଗି ଆକ୍ସନ ପ୍ଲାନ: ଏୟାରପୋର୍ଟରୁ ଭକ୍ତଙ୍କୁ ସିଧାସଳଖ ପୁରୀ ଯିବା ପାଇଁ ଆଧୁନିକୀକରଣ ହେଉଛି ଲିଙ୍ଗରାଜ ରୋଡ ଷ୍ଟେସନ । ଏହାଦ୍ବାରା ଯାତ୍ରୀମାନେ ବିମାନରୁ ଓହ୍ଲାଇବା ମାତ୍ରେ ବ୍ୟାଟେରୀ ଗାଡିରେ ସିଧାସଳଖ ଲିଙ୍ଗରାଜ ରୋଡ ଷ୍ଟେସନ ପହଞ୍ଚି ଟ୍ରେନରେ ପୁରୀ ଯାଇପାରିବେ ।

ବନ୍ଦେ ମେଟ୍ରୋ ଟ୍ରେନ: ଚଳିତ ବର୍ଷ ଅଗଷ୍ଟ ମାସ ସୁଦ୍ଧା ବନ୍ଦେ ମେଟ୍ରୋ ଟ୍ରେନ ପାଇଁ ପ୍ରସ୍ତୁତ ହେବ ପ୍ରୋଟୋଟାଇପ । ଆସନ୍ତାବର୍ଷ ଦେଶରେ ଗଡିବ ବନ୍ଦେ ମେଟ୍ରୋ ଟ୍ରେନ ।

ଇଷ୍ଟକୋଷ୍ଟ GMଙ୍କ ପ୍ରତିକ୍ରିୟା

ନୂଆ ରେଳ ଲାଇନ ପ୍ରକଳ୍ପ ଲାଗି ଚଳିତ ବର୍ଷ ୨ ହଜାର ୫୬୫ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ରେଳ ଲାଇନ ଦୋହରିକରଣ ପାଇଁ ୩ ହଜାର ୮୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ବହୁ ପ୍ରତିକ୍ଷିତ ଖୋର୍ଦ୍ଧା – ବଲାଙ୍ଗୀର ରେଳ ଲାଇନ୍ ପାଇଁ ପାଖାପାଖି ୧ ହଜାର ୬୦୦ କୋଟି ବ୍ୟୟ ବରାଦ ହୋଇଛି ।  ସାରା ଦେଶରେ ଜନଜାତୀୟ ଗୌରବ କରିଡ଼ର ଲାଗି ୭୦ ହଜାର କୋଟି ଓ ଫ୍ରେଟ କରିଡ଼ର ପାଇଁ ୪୫ ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଛି, ଯେଉଁଥିରୁ ଓଡ଼ିଶା ଲାଭ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.