ତେଲେଙ୍ଗାନା: ନୂଆ ସଚିବାଳୟ ବିଲ୍ଡିଂରେ ଲାଗିଲା ନିଆଁ; ୧୭ ଫେବୃୟାରୀରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ କେସିଆର୍‌

ତେଲେଙ୍ଗାନାର ହାଇଦ୍ରାବାଦସ୍ଥିତ ନୂଆ ସଚିବାଳୟ ବିଲ୍ଡିଂରେ ଶୁକ୍ରବାର ନିଆଁ ଲାଗିଯାଇଛି। ଏହାକୁ ୧୭ ଫେବୃୟାରୀରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପୋଲିସ କହିଛି ଯେ ନୂଆ ସଚିବାଳୟ ବିଲ୍ଡିଂରେ ସକାଳେ ନିଆଁ ଲାଗିଥିଲା, ଯାହାର ତୁରନ୍ତ ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କାବୁ କରି ନେଇଥିଲା।

ପୋଲିସ ସୂଚନା ମୁତାବକ, ସଚିବାଳୟ ବିଲ୍ଡିଂର ଗ୍ରାଉଣ୍ଡ ଫ୍ଲୋର୍‌ରେ ଅଗ୍ନିକାଣ୍ଡ ଘଟିଥିଲା। ଯେତେବେଳେ ଧୂଆଁ ଚାରିଆଡ଼େ ବ୍ୟାପିଥିଲା, ତ ନିଆଁ ଲାଗିଥିବାର ଜଣାପଡ଼ିଥିଲା। ତେବେ ଅଧିକାରୀମାନଙ୍କ ମୁତାବକ, ଏହି ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ ଏବଂ ବିଲ୍ଡିଂରେ ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ସେପଟେ ପୋଲିସ ସୂଚନା ଅନୁସାରେ, ନୂଆ ସଚିବାଳୟ ବିଲ୍ଡିଂରେ ଅଗ୍ନିକାଣ୍ଡକୁ ନେଇ ମାମଲା ରୁଜୁ କରାଯାଇଛି। ଏହା ପଛରେ ଯିଏ ବି ଦୋଷୀ ରହିବେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରି ଦେଇଛି।

ତେଲେଙ୍ଗାନା ବିଜେପି ଅଧ୍ୟକ୍ଷ ବନ୍ଦୀ ସଞ୍ଜୟ କୁମାର କହିଛନ୍ତି, ନୂଆ ସଚିବାଳୟ ସମେତ ହାଇଦ୍ରାବାଦର ଅନେକ ଜାଗାରେ ନିଆଁ ଲାଗିବାର ଘଟଣା ସାମ୍ନାକୁ ଆସିଛି। ବିଜେପି ଦାବି କରିଛି ଯେ ବିଆର୍‌ଏସ୍‌ ସରକାର ଗ୍ରୀଷ୍ମ ପୂର୍ବରୁ ଅଡିଟ୍‌ କରାଇ ନିଅନ୍ତୁ, ଯେପରି ସାଧାରଣ ଲୋକଙ୍କ ଜୀବନ ପ୍ରଭାବିତ ନ ହେବ। ଏଥି ସହିତ ସେ କହିଛନ୍ତି, ସଚିବାଳୟ ଉଦ୍‌ଘାଟନ ତାରିଖକୁ ଆଗକୁ ଘଞ୍ଚାଇ ଦିଆଯିବା ଉଚିତ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.