ଦିିନ ଦ୍ୱିପ୍ରହରରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଡକାୟତି, ଟଙ୍କା ଓ ସୁନା ବାକ୍ସ ଲୁଟିନେଲେ ୪ ଦୁର୍ବୁତ୍ତ
ଢେଙ୍କାନାଳ (କେନ୍ୟୁଜ) : ଦିିନ ଦ୍ୱିପ୍ରହରରେ ବ୍ୟାଙ୍କ ଡକାୟତି । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଟଙ୍କା ଓ ସୁନା ବାକ୍ସ ଲୁଟିନେଲେ ୪ ଦୁର୍ବୁତ୍ତ । ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିବା ସହ ଫାଙ୍କା ଗୁଳି ଚଳାଇ ବ୍ୟାଙ୍କରୁ ଲୁଟ କରିଥିବା ସୂଚନା ମିଳିଛି। ୨ଟି ବାଇକରେ ୪ ଜଣ ଆସି ହଠାତ ବ୍ୟାଙ୍କ ଭିତରେ ପଶିବା ସହ କେହି କିଛି ବୁଝିବା ଆଗରୁ ଲୁଟ୍ପାଟ ଆରମ୍ଭ କରିଥିଲେ ।
ଟଙ୍କା ଓ ସୁନା ଲୁଟିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଢେଙ୍କାନାଳ ଏସପି ଜ୍ଞାନରଞ୍ଜନ ମହାପାତ୍ର ଓ ମହାବିରରୋଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସିସିଟିଭି ଫୁଟେଜକୁ ଆଧାର କରି ଛାନଭିନ ଆରମ୍ଭ ହୋଇଛି । ପ୍ରାରମ୍ଭିକ ସୂଚନା ଅନୁସାରେ ୬ଲକ୍ଷ ଟଙ୍କା ଓ ୪ଟି ସୁନା ବାକ୍ସରୁ ୪୦୦ ଗ୍ରାମ ଲୁଟ ହୋଇଥିବା ଅନୁମାନ କରାଯାଉଛି ।