ଅଭିନେତା ପିଣ୍ଟୁ ନନ୍ଦଙ୍କ ଆକୁଳ ନିବେଦନ, ମତେ ବଞ୍ଚାଇ ଦିଅନ୍ତୁ

ଭୁବନେଶ୍ୱର(କେନ୍ୟୁଜ୍‌) : ମତେ ବଞ୍ଚାଇ ଦିଅନ୍ତୁ । ମୁଁ ପୁଣି ଅଭିନୟ ଦୁନିଆକୁ ଫେରିବି । ଚିକିତ୍ସା ପାଇଁ ଏଭଳି ଆକୁଳ ନିବେଦନ କରିଛନ୍ତି ଅଭିନେତା ପିଣ୍ଟୁ ନନ୍ଦ । ଆପଣ ମାନଙ୍କର ଆଶୀର୍ବାଦ ଓ କିଛି ଟଙ୍କାର ସାହାଯ୍ୟ ସହଯୋଗ ଦରକାର ବୋଲି ସେ କହିଛନ୍ତି । ମୋ ସଫଳ ଚିକିତ୍ସା ହେଇଯାଉ । ଓଲିଉଡ ସିନେ ଆର୍ଟିଷ୍ଟ ଆସୋସିଏସନ ମୋ ପରିବାର ।

ମୋ ସାଙ୍ଗରେ ମୋ ଦୁଃଖରେ ଠିଆ ହୋଇଅଛନ୍ତି । ମୁଁ କେବେ ଋଣ ସୁଝିପାରିବିନି ମୋ ପରିବାରର । ଶେଷରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୋ ଚିକିତ୍ସାରେ ଡକ୍ଟର ସାମନ୍ତଙ୍କ ସହଯୋଗ ମୋ ପାଇଁ ବହୁତ ବଡ ଆଶୀର୍ବାଦ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.