Below header

ରିମାଣ୍ଡରେ ଆସିବ ରମେଶର ଡ୍ରାଇଭର ଚିତ୍ତରଞ୍ଜନ ! ଆବେଦନ କରିବ ପିଙ୍କ୍‌ ଟିମ୍‌

ଭୁବନେଶ୍ବର(କେନ୍ୟୁଜ୍):ନକଲି ଡାକ୍ତର ରମେଶ ସ୍ୱାଇଁର ଡ୍ରାଇଭର ଚିତ୍ତରଞ୍ଜନ ପଟ୍ଟନାୟକକୁ ରିମାଣ୍ଡରେ ଆଣିବ ପୋଲିସ। ୭ ଦିନ ରିମାଣ୍ଡ ପାଇଁ ଆବେଦନ କରିବ ପିଙ୍କ୍‌ ଟିମ୍‌। ଗିରଫ ପରେ ଧୂର୍ତ୍ତ ରମେଶ ସ୍ୱାଇଁ ବାବଦରେ ସେ ପିଙ୍କ୍‌ ଟିମକୁ କିଛି ତଥ୍ୟ ଦେଇଥିଲା । ରମେଶ କିପରି ମହିଳା ମାନଙ୍କୁ ଠକୁଥିଲା ସେ ନେଇ ତଦନ୍ତକାରୀ ଅଧିକାରୀଙ୍କୁ କହିଥିଲା ।

ରମେଶକୁ ଡାକ୍ତର ଭାବେ ବିଭିନ୍ନ ସ୍ଥାନରେ ପରିଚୟ ଦେଉଥିଲା ଚିତ୍ତରଞ୍ଜନ । ସବୁ ବାହାଘରରେ ସେ ନିଜେ ବରଯାତ୍ରୀ ହୋଇ ଯୋଗ ଦେଇଥିଲା । ରମେଶର ସବୁ ଅପରାଧରେ ତାର ଭାଗିଦାରୀ ରହିଛି। ଅନ୍ୟପଟେ ଦିନେ ଦୁଇ ଦିନ ମଧ୍ୟରେ ରମେଶର ପଲିଗ୍ରାଫ୍‌ ଟେଷ୍ଟ ରିପୋର୍ଟ ଆସିବା ସମ୍ଭାବନା ରହିଛି। ରିପୋର୍ଟ ଆସିବା ପରେ ପୁଣି ଥରେ ତାକୁ ରିମାଣ୍ଡରେ ଆଣିପାରେ ପିଙ୍କ୍‌ ଟିମ୍‌। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.