ରାଜଧାନୀରେ ଜାଲ ନୋଟ୍ ର୍ୟାକେଟର ପର୍ଦ୍ଦାଫାସ, ୭ ଲକ୍ଷରୁ ଅଧିକ ନକଲି ୨ ହଜାର ଓ ଶହେ ଟଙ୍କିଆ ନୋଟ ଜବତ
ରାଜଧାନୀରେ ଜାଲ ନୋଟ୍ ର୍ୟାକେଟର ପର୍ଦ୍ଦାଫାସ । ୭ ଲକ୍ଷରୁ ଅଧିକ ଟଙ୍କାର ନକଲି ୨ ହଜାର ଓ ଶହେ ଟଙ୍କିଆ ନୋଟ ଜବତ କରିଛି କମିଶନରେଟ୍ ପୋଲିସ୍ । ଏଥିସହ ୧୧୦ ଖଣ୍ଡ ନକଲି ସୁନା ଜବତ ହୋଇଛି । ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ କୁଜଙ୍ଗର ପ୍ରଭାତ ସାହୁ । ଏହି ଜାଲ ନୋଟ କାରବାର ରାଜ୍ୟ ବାହାରକୁ ଲମ୍ବିଥିବା ସନ୍ଦେହ କରାଯଉଛି । ପୋଲିସ ଘଟଣାର ତଦନ୍ତ କରୁଛି ।