ଜାଣନ୍ତୁ ଗାନ୍ଧିଜୀଙ୍କ ଛଅଟି ପ୍ରିୟ ଖାଦ୍ୟ, ଯାହା ଖାଇ ବାପୁ ରହିଥିଲେ ସାରା ଜୀବନ

ଅକ୍ଟୋବର ୨ ତାରିଖରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ କରାଯିବ। ୨ ଅକ୍ଟୋବର ୧୮୬୯ରେ ଗୁଜରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ମୋହନଦାସ କରମଚାନ୍ଦ ଗାନ୍ଧୀ। ସମଗ୍ର ଦୁନିଆ ତାଙ୍କୁ ଅହିଂସାର ପୂଜାରୀ ଭାବେ ପୂଜା କରୁଛି। ଭାରତକୁ ସ୍ୱାଧୀନତା ଦେବା ପଛରେ ମହାତ୍ମା ଗାନ୍ଧୀଙ୍କ ଅତୁଲ୍ୟ ଯୋଗଦାନ ରହିଛି। ସେଥିପାଇଁ ମହାତ୍ମା ଗାନ୍ଧୀଙ୍କ ଉପରେ ଭାରତୀୟ ଗର୍ବିତ। ମହାତ୍ମା ଗାନ୍ଧୀ ହିଁ ବିଶ୍ୱକୁ ସତ କହିବାର ଶକ୍ତି ପ୍ରଦାନ କରିଛନ୍ତି । ଗାନ୍ଧୀଙ୍କ ସତ୍ୟାଗ୍ରହ ପାଇଁ ଇଂରେଜ ଭାରତ ଛାଡିବା ପାଇଁ ବାଧ୍ୟ ହୋଇଥିଲେ।

ନିଜ ବ୍ୟକ୍ତିଗତ ଜୀବନରେ ଗାନ୍ଧିଜୀ ଶାହାକାରୀ ଥିଲେ। ନିଜର ଖାଦ୍ୟପେୟକୁ ନେଇ ଗାନ୍ଧିଜୀ ଅନେକ ପ୍ରୟୋଗ କରିଛନ୍ତି। ଖାଦ୍ୟପେୟରେ ଅନେକ ପରୀକ୍ଷା ନିରୀକ୍ଷା କରିବା ପରେ ଗାନ୍ଧିଜୀଙ୍କର ୬ଟି ପ୍ରିୟ ଖାଦ୍ୟପେୟ ରହିଥିଲା।

gandhi-2

– ମହାତ୍ମା ଗାନ୍ଧୀଙ୍କୁ ଭାତ ଡାଲି ବହୁତ ପସନ୍ଦ ଥିଲା। ଡାଲିରେ କାର୍ବୋହାଇଡ୍ରେଟ୍‌ ଏବଂ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ।

– ଗୁଜରାତି ପରିବାରରେ ଜନ୍ମଗ୍ରହଣ ହୋଇଥିବା ଯୋଗୁଁ ଛୋଟ ବେଳରୁ ଗାନ୍ଧିଜୀ ରୁଟି ଖାଇବାକୁ ପସନ୍ଦ କରୁଥିଲେ। ରୁଟିକୁ ଗାନ୍ଧିଜୀ ଆଜୀବନ ଧରି ଖାଇଥିଲେ।

Gandhi-ate-chapatis

 

– ପନିପରିବା ମଧ୍ୟରେ ଗାନ୍ଧିଜୀଙ୍କୁ ବାଇଗଣ ବେଶ୍‌ ପସନ୍ଦ ଥିଲା। ନିଜ ଖାଦ୍ୟରେ ସିଝା ବାଇଗଣ ଖାଇବାକୁ ପସନ୍ଦ କରୁଥିଲେ।

– ସବୁଦିନ ଗାନ୍ଧିଜୀ ଶୁଦ୍ଧ ଏବଂ ସ୍ୱାତ୍ତିକ ଭୋଜନ କରୁଥିଲେ। ଗାନ୍ଧିଜୀ ସବୁବେଳେ ଲୁଣ ଏବଂ ତେଲ ବିନା ଖାଦ୍ୟ ଖାଇବାକୁ ପସନ୍ଦ କରୁଥିଲେ। ଏଥିପାଇଁ ପ୍ରତିଦିନ ସିଝା ଖାଦ୍ୟ ଖାଇବାକୁ ଇଚ୍ଛା କରୁଥିଲେ।

curd

– ଗାନ୍ଧିଜୀ ପ୍ରତିଦିନ ନିଜ ଖାଦ୍ୟରେ ଦହିକୁ ସାମିଲ କରିଥିଲେ। ଦହି ଖାଇବା ଦ୍ୱାରା ପାଚନକ୍ରିୟାରେ ଲାଭ ମିଳିଥାଏ ବୋଲି ଗାନ୍ଧିଜୀ ପ୍ରତିଦିନ ଖାଦ୍ୟରେ ଦହି ଖାଉଥିଲେ।

– ସିଝା ମୂଳା ଏବଂ କନ୍ଦମୂଳ ଖାଇବା ଗାନ୍ଧିଜୀଙ୍କ ପସନ୍ଦ ଥିଲା।