Below header

ସ୍ନାନ ନ କରି ମହିଳାମାନେ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ

ଦିନ ଥିଲା, ଯେବେ ମହିଳାମାନେ ସ୍ନାନ କରିସାରିବା ପରେ ଘରର ସମସ୍ତ କାମ ଆରମ୍ଭ କରିଦେଉଥିଲେ। କିନ୍ତୁ ଆଜିକା ସମୟରେ ଏମିତି ହେଉନାହିଁ। ଆଜ୍ଞା ହଁ, ସମୟ ଅଭାବରୁ ଆଜିକାଲିର ମହିଳାମାନେ ପ୍ରଥମେ ଘର କାମ କରିଦେଉଛନ୍ତି ଏବଂ ଫୁରସତରେ ସ୍ନାନ କରିବାକୁ ଯାଉଛନ୍ତି। ଏମିତି କେତେଜଣ ମହିଳା ଅଛନ୍ତି, ଯେଉଁମାନେ ସ୍ନାନ ନ କରି ରୋଷେଇ କରିଥାଆନ୍ତି। ଆଉ ଏହା ହିନ୍ଦୁ ଶାସ୍ତ୍ର ଅନୁସାରେ ସମ୍ପୂର୍ଣ୍ଣ ଭୁଲ୍‌ କାର୍ଯ୍ୟ।

ଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ ମହିଳାମାନେ ସ୍ନାନ କରିସାରିବା ପରେ ହିଁ କିଛି କାମ କରିବା ଉଚିତ। ଏପରି କି, ଖାଦ୍ୟ ରାନ୍ଧିବା ଏବଂ ଖାଦ୍ୟ ଖାଇବା ମଧ୍ୟ ଗାଧୋଇ ସାରି କରିବା ଉଚିତ। ଯଦି ଆପଣ ଏପରି ନ କରନ୍ତି, ତା’ ହେଲେ ଘରେ କେବଳ ନକାରାତ୍ମକତା ଆସେ ନାହିଁ, ବରଂ ଆପଣଙ୍କୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ବି ପଡ଼ିପାରେ।

ଏହାସହ ପଢ଼ନ୍ତୁ: ମିଳୁନି କି ପରିଶ୍ରମର ଫଳ! ତୁରନ୍ତ ଆପଣାନ୍ତୁ ଏହି ଉପାୟ, ପୁଣି ଦେଖନ୍ତୁ କମାଲ

ସକାଳୁ ସ୍ନାନ ନ କରି ମହିଳାମାନେ ରୋଷେଇ ଘରକୁ ପ୍ରବେଶ କରିବା ଅନୁଚିତ। କାହିଁକି ନା, ଭୋଜନକୁ ମା’ ଅନ୍ନପୂର୍ଣ୍ଣା ଏବଂ ରୋଷେଇକୁ ମା’ ଲକ୍ଷ୍ମୀଙ୍କ ରୂପ ବୋଲି ଧରାଯାଏ। ସେହିପରି କୌଣସି ବ୍ୟକ୍ତି ବିନା ସ୍ନାନରେ ଭୋଜନ କରିବା ଅନୁଚିତ। ବିଶେଷକରି ମହିଳାମାନେ। ଯେଉଁ ମହିଳା ନ ଗାଧୋଇ ଖାଦ୍ୟ ଖାଆନ୍ତି, ସେମାନଙ୍କ ଘରେ ସବୁବେଳେ ସମସ୍ୟା ଲାଗିରହିଥାଏ। ଏହାଦ୍ୱାରା ଦାରିଦ୍ର୍ୟତା ବଢ଼େ। କୁହାଯାଏ, ସ୍ନାନ ନ କରି ଭୋଜନ ଗ୍ରହଣ କରିବା କିମ୍ବା ଭୋଜନ ଗ୍ରହଣ କରି ପୂଜା କରିବାରେ କୌଣସି ଫଳପ୍ରାପ୍ତି ହୋଇ ନ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.