Below header

ପାରିବାରିକ କଳହ: ବିଷ ପିଇ ଜୀବନ ହାରିଲେ ମହିଳା

ଗଞ୍ଜାମ ଜିଲ୍ଲା ସୋରଡା ଥାନା ସାନବଦାଙ୍ଗୀ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ପାରିବାରିକ କଳହକୁ ନେଇ ସ୍ତ୍ରୀ ବିଷ ପିଇ ଜୀବନ ହାରିଥିବା ସୂଚନା ମିଳିଛି l ମୃତକଙ୍କ ନାମ ରିଙ୍କି ବେହେରା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୋରଡା (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ସୋରଡା ଥାନା ସାନବଦାଙ୍ଗୀ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ପାରିବାରିକ କଳହକୁ ନେଇ ସ୍ତ୍ରୀ ବିଷ ପିଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି l ମୃତକଙ୍କ ନାମ ରିଙ୍କି ବେହେରା । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁଯାୟୀ ରିଙ୍କି ପାଞ୍ଚ ବର୍ଷ ପୂର୍ବେ ସାନବଦାଙ୍ଗୀ ଗ୍ରାମର ରାଧାକାନ୍ତ ବେହେରାଙ୍କୁ ବିବାହ କରିଥିଲେ । ବିବାହର କିଛି ମାସ ପରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ବିଭିନ୍ନ କାରଣରୁ ଝଗଡା ହେଉଥିଲା । ଗତକାଲି ସନ୍ଧ୍ୟାରେ ରିଙ୍କିର ସ୍ୱାସ୍ଥ୍ୟ ଅବସ୍ତା ଗୁରୁତର ହୋଇଥିବାରୁ ସୋରଡା ମେଡିକାଲରେ ଆଣି ଭର୍ତ୍ତି କରିଥିଲେ । ରିଙ୍କିର ପରିବାର ଲୋକଙ୍କୁ ଶଶୁର ଘର ଲୋକ ଖବର ଦେବା ପରେ ମେଡିକାଲ ରେ ପହଞ୍ଚି ଥିଲେ ରିଙ୍କିର ଭାଇ । ଆଜି ସକାଳୁ ରିଙ୍କିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏ ନେଇ ରିଙ୍କିର ଭାଇ ଥାନା ରେ ହତ୍ୟା ଅଭିଯୋଗ ଦେବା ପରେ ସୋରଡା ପୋଲିସ ଘଟଣା ସ୍ତଳରେ ତଦନ୍ତ ଚଳାଇଛି । ରିଙ୍କିର ସ୍ଵାମୀ ରାଧାକାନ୍ତକୁ ପୋଲିସ ଅଟକ ରଖି ପଚରା ଉଚରା କରୁଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.