ପଞ୍ଚାୟତ ନିର୍ବାଚନରେ ଫ୍ୟାମିଲି ଫାଇଟ୍: କ୍ଷମତା ଲଢେଇରେ ମୁହାଁମୁହିଁ ଦାଦା-ଝିଆରୀ
ଗଞ୍ଜାମ(କେନ୍ଯୁଜ୍): ପଞ୍ଚାୟତ ନିର୍ବାଚନରେ ଫ୍ୟାମିଲି ଫାଇଟ୍ । କ୍ଷମତା ଲଢେଇରେ ମୁହାଁମୁହିଁ ଦାଦା – ଝିଆରୀ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ୩୩ ନମ୍ବର ଜିଲ୍ଲା ପରିଷଦ ଜୋନ୍ରେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଦାଦା ଓ ଝିଆରୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା। ଦାଦା ଧନୁ ଶବର ବିଜେପି ସମର୍ଥିତ ପ୍ରାର୍ଥୀ ହୋଇଥିବାବେଳେ ଝିଆରୀ ଯଶୋଦା ଶବର ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି।
ଯଶୋଦା BSC ପାଠ ପଢା ସାରି OAS ହେବା ପାଇଁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ରାଜନୀତି ପ୍ରତି ଆକୃଷ୍ଟ ହୋଇ ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ଧନୁ ଶବର ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ କଂଗ୍ରେସ ସମର୍ଥିତ ତୁମ୍ବା ପଞ୍ଚାୟତର ସରପଞ୍ଚ ଥିଲେ। କିନ୍ତୁ ଚଳିତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ଘରକୁ ଘର ବୁଲି ଲୋକଙ୍କୁ ଭୋଟ ଭିକ୍ଷା କରୁଛନ୍ତି ଦାଦା-ଝିଆରୀ। ୩୩ ନମ୍ବର ଜିଲ୍ଲା ପରିଷଦ ଜୋନ୍ରେ ୫ ଜଣ ପ୍ରାର୍ଥୀ ଥିବାବେଳେ ମୁଖ୍ୟତଃ ବିଜେଡି ବିଜେପି ମଧ୍ୟରେ ଜୋରଦାର ଟକ୍କର ହେବା ଆଶା କରାଯାଉଛି।