କରୋନାରେ ବିଶିଷ୍ଟ ଫୁଟବଲ୍‌ କୋଚ୍‌ ନନ୍ଦ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ବର: ବିଶିଷ୍ଟ ଫୁଟବଲ୍‌ କୋଚ୍‌ ନନ୍ଦ ପଟ୍ଟନାୟକଙ୍କ ପରଲୋକ। କରୋନାରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସାନ ଭାଇ ସୂଚନା ଦେଇଛନ୍ତି। ନନ୍ଦ କିଶୋର ରାଜ୍ୟ ପାଇଁ ଅନେକ ଅନ୍ତର୍ଜାତୀୟ ଖେଳାଳି ସୃଷ୍ଟି କରିଥିଲେ।

ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ରଞ୍ଜିତା ମହାନ୍ତି, ସସ୍ମିତା ମଲ୍ଲିକ ଓ ଜବାମଣି ଟୁଡୁଙ୍କ ଭଳି ଅନେକ ଖେଳାଳିଙ୍କୁ ସେ କୋଟିଂ ଦେଇ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିବାରେ ସାହାଯ୍ୟ କରିଛନ୍ତି। ଜଣେ ଭଲ ଫୁଟବଲ୍‌ କୋଚ୍‌ ଭାବେ ସେ ବେଶ୍‌ ସୁନାମ ଅର୍ଜନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.