Below header

ଯାଜପୁରରେ ଧୁମଧାମରେ ପାଳନ ହୋଇଛି ଐତିହାସିକ ଧର୍ମଶାଳା ମୁନସୀ ମେଳଣ, ଉତ୍ସବରେ ସାମିଲ ହୋଇଥିଲେ ୫୦ରୁ ଅଧିକ ବିମାନ

ଯାଜପୁର: ଯାଜପୁରରେ ଧୁମଧାମରେ ପାଳନ ହୋଇଯାଇଛି, ଐତିହାସିକ ଧର୍ମଶାଳା ମୁନସୀ ମେଳଣ । ଉତ୍ସବରେ ସାମିଲ ହୋଇଥିଲେ ଆଖପାଖ ଅଞ୍ଚଳର ୫୦ରୁ ଅଧିକ ବିମାନ । ବ୍ରିଟିଶ ଅମଳରୁ ପାଳିତ ହୋଇ ଆସୁଥିବା ଏହି ମେଳଣ ଉତ୍ସବକୁ ପରମ୍ପରା ଅନୁଯାୟୀ ପୋଲିସ ଓ ଜନତା ପାଳନ କରିଥାନ୍ତି । ଖାକି ପୋଷାକରେ ଥାଇ ବି ଜନତାଙ୍କ ସହ ପୋଲିସ କର୍ମଚାରୀମାନେ ଖେଳିଥିଲେ ଅବିର । ପୋଲିସ ଓ ଜନତାଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଏକ ନିଆରା ଭାଇଚାରା । ଧର୍ମଶାଳା ଥାନାର ଅଧିକାରୀ ସାଜିଥାନ୍ତି ଏହି ପର୍ବର ମୁଖ୍ୟ ପୁରୋଧା । ଚଳିତ ବର୍ଷ ଏହି ଉତ୍ସବ ୧୪୪ ବର୍ଷରେ ପଦାର୍ପଣ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.