Below header

ନା ମିଳାଇଲେ ହାତ ନା କଲେ ଆଲିଙ୍ଗନ, ଏମିତି ବିଜୟର ଖୁସି ମନାଇଲା ନ୍ୟୁଜଲ୍ୟାଣ୍ଡ ଟିମ୍‌

ସମଗ୍ର ବିଶ୍ୱରେ ବର୍ତ୍ତମାନ କରୋନା ଭାଇରସ ଭୟ କାରଣରୁ ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯାଉଛି। ଖେଳାଳୀମାନେ ମଧ୍ୟ ପରଯସ୍ପରଙ୍କୁ ଆଲିଙ୍ଗନ କରୁନାହାନ୍ତି କି ହାତ ମଧ୍ୟ ମିଳାଉନାହାନ୍ତି। କିନ୍ତୁ ଏସବୁ ମଧ୍ୟରେ ନ୍ୟୁଜଲ୍ୟାଣ୍ଡର ଖେଳାଳୀମାନେ ପରସ୍ପର ସହ ଖୁସି ମନାଇବା ପାଇଁ ଏକ ସ୍ୱତନ୍ତ୍ର ଉପାୟ ବାହାର କରିଛନ୍ତି। ରିପୋର୍ଟ ଅନୁଯାୟୀ କ୍ରିକେଟ୍‌ ପଡିଆରେ ଖେଳାଳୀ କୌଣସି େଓ୍ଵକଟ୍‌ ର ଆନନ୍ଦ ନିଜ ଟିମ୍‌ କୁ ଆଳିଙ୍ଗନ କରି କିମ୍ବା ହାତ ମିଳାଇ ମନାଇଥାନ୍ତି। କିନ୍ତୁ ବର୍ତ୍ତମାନ କରୋନା ଭାଇରସ କାରଣରୁ ନ୍ୟୁଜଲ୍ୟାଣ୍ଡ ଟିମ୍‌ ଅଷ୍ଟ୍ରେଲିଆ ବିପକ୍ଷରେ ଓ୍ଵିକେଟର ଆନନ୍ଦ ନେବା ପାଇଁ ପରସ୍ପରଙ୍କ ମଧ୍ୟରେ କହୁଣି ମିଶାଇ ମଜା ଉଠାଇଛନ୍ତି।

ସୂଚନା ମୁତାବକ ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ ମ୍ୟାଚରେ ନ୍ୟୁଜଲ୍ୟାଣ୍ଡକୁ ୭୧ ରନ୍‌ ରେ ପରାସ୍ତ କରିଥିଲା। ଏହି ମ୍ୟାଚ ଶେଷ ହେବା ପରେ ଉଭୟ ଟିମ୍‌ ପରସ୍ପର ହାତ ମିଳାଇ ନଥିଲେ। କେବଳ ତାଳି ବଜାଇ ଅନ୍ୟମାନଙ୍କ ପ୍ରତି ଉତ୍ସାହ ବଢାଇଥିଲେ। ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ଟିମ୍‌ ୭ଟି ଓ୍ଵିକେଟରେ ୨୫୮ ରନ୍‌ କରିଥିଲା। ଏହା ବିପକ୍ଷରେ ନ୍ୟୁଜଲ୍ୟାଣ୍ଡ ଟିମ୍‌ ୧୮୭ ରଦନ୍‌ ରେ ପରାସ୍ତ ହୋଇଥିଲା। ଏହି ମ୍ୟାଚରେ ଉଭୟ ଟିମ୍‌ ଖାଲି ପଡିଆରେ ମୁହାଁମୁହିଁ ହୋଇଥିଲେ। ସୂଚନା ଅନୁଯାୟୀ ଏହି ମ୍ୟାଚ ସମୟରେ ଦର୍ଶକଙ୍କ ଉପସ୍ଥିତି ନଥିବା କାରଣରୁ ଅନେକ ଥର ଖେଳାଳୀଙ୍କୁ ହିଁ ସିଟ୍‌ ତଳେ ବଲ୍‌ ଖୋଜିବାକୁ ପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.