ଢେଙ୍କାନାଳ ଚାଉଳିଆ ଗାଁରେ ଆଇଆରବି କନ୍‌ଷ୍ଟେବଳଙ୍କୁ ଗୁଳି କରି ହତ୍ୟା, ସାମାନ୍ୟ ବଚସାକୁ ନେଇ ହେଲା ଏଭଳି ହତ୍ୟାକାଣ୍ଡ

ଢେଙ୍କାନାଳ: ଆଇଆରବି କନ୍‌ଷ୍ଟେବଳଙ୍କୁ ଗୁଳି କରି ହତ୍ୟା ଅଭିଯୋଗ । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଚାଉଳିଆ ଗାଁରେ ଗୁଳିମାଡ । ଆଇ.ଆର.ବି ପୋଲିସ କନେଷ୍ଟବଳ ରାମ ସାହୁଙ୍କ ମୃତ ହୋଇଛି । ରାମଙ୍କ ଡାହାଣ ପଟ ଛାତିରେ ଉପର ଭାଗରେ ଗୁଳି ବାଜିଥିଲା । ଗତକାଲି ବିଳମ୍ବିତ ରାତିରେ ଚାଉଳିଆ ଗାଁରେ ଦୋଳଯାତ୍ରା ଚାଲିଥିବା ସମୟରେ ସାମାନ୍ୟ ବଚସାକୁ ନେଇ ପାଖ ଗାଁର ଜଣେ ଯୁବକ ତାଙ୍କ ଉପରକୁ ଗୁଳି ଚଳାଇଥିଲା । ଗୁରୁତର ଅବସ୍ଥାରେ ରାମଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.