Below header

ପ୍ରସିଦ୍ଧ ସମ୍ବଲପୁରୀ ସଂଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ପରଲୋକ

ସମ୍ବଲପୁର(କେନ୍ୟୁଜ୍): ପ୍ରସିଦ୍ଧ ସମ୍ବଲପୁରୀ ସଂଗୀତ ନିର୍ଦ୍ଦେଶକ ଶ୍ରୀରାମ ଲୁହାରଙ୍କ ପରଲୋକ। ୫୩ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ଗତ ଶନିବାର ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯିବାରୁ ତାଙ୍କ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯକୃତ ଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ତେବେ ଶ୍ରୀରାମଙ୍କ ବିୟୋଗରେ ସମଗ୍ର ସଂଗୀତ ଜଗତରେ ଶୋକର ଛାୟା ଖେଳି ଯାଇଛି।

ସଂଗୀତ ଜରିଆରେ ସମ୍ବଲପୁରୀ ଭାଷାର ପ୍ରଚାର ପ୍ରଚାର ଦିଗରେ ଶ୍ରୀରାମ ଲୁହାରଙ୍କ ଅବଦାନ ଅତୁଳନୀୟ। ଓଡ଼ିଆ ସଂଗୀତ ନିର୍ଦ୍ଦେଶନା କ୍ଷେତ୍ରରେ ମଧ୍ଯ ସେ ତାଙ୍କର ସ୍ବତନ୍ତ୍ର ପରିଚୟ ଛାଡି ଯାଇଛନ୍ତି। ତାଙ୍କ ନି‌ର୍ଦ୍ଦେଶନାରେ ବଲିଉଡର ନାମୀଦାମୀ ସିଙ୍ଗର ସୋନୁ ନିଗମ, ସୁରେଶ ୱାଡେକରଙ୍କ ଭଳି କଣ୍ଠଶିଳ୍ପୀ ମଧ୍ୟ ଗୀତ ଗାଇଛନ୍ତି।  ଭଜନଠାରୁ ଆରମ୍ଭକରି ଲୋକଗୀତ ପର୍ଯ୍ୟନ୍ତ ତାଙ୍କର ସବୁଥିରେ ତାଙ୍କ ବିଶେଷ ଦକ୍ଷତା ରହିଥିଲା।

ଶ୍ରୀରାମ ତାଙ୍କ ପଛରେ ପତ୍ନୀ ପଦ୍ମାବତୀ, ଦୁଇ ପୁଅ ଦେବାଶିଷ ଓ ଅଂଶୁଙ୍କୁ ଛାଡ଼ି ଯାଇଛନ୍ତି।  ତାଙ୍କ ମରଶରୀର ସମ୍ବଲପୁର କୁମ୍ଭାରପଡ଼ାସ୍ଥିତ ବାସଭବନରେ ପହଂଚିବା ପରେ ବହୁ କଳାକାର, ସଂଗୀତ ପ୍ରେମୀ ତାଙ୍କ ଅନ୍ତିମ ଦର୍ଶନ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହାପରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।

ସୂଚନା ଥାଉକି, ସ୍କୁଲ ଜୀବନରୁ ଗୀତ ଗାଇବା ଆରମ୍ଭ କରିଥିବା ଶ୍ରୀରାମ ପରବର୍ତ୍ତୀ ସମୟରେ ଇଜେଡ୍‌ସିସିର ସ୍ବୀକୃତିପ୍ରାପ୍ତ ନିଶାନ ବାଦକ ମାନ୍ୟତା ପାଇଥିଲେ। ଆକାଶବାଣୀରୁ କଣ୍ଠଶିଳ୍ପୀ ଏବଂ ସଂଗୀତ ସଂଯୋଜନା କ୍ଷେତ୍ରରେ ସ୍ବୀକୃତି ମିଳିଥିଲା। ତ‌େବେ, ସଂଗୀତ ଓ ନୃତ୍ୟ ନିର୍ଦ୍ଦେଶନା ତାଙ୍କୁ ସୁନାମ ଆଣିଦେଇଥିଲା। ‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.