ଚାନ୍ଦବାଲି ବ୍ଲକର ଅଧିକାଂଶ ଚାଷୀଙ୍କୁ ମିଳୁନି ସରକାରୀ ବିହନ, ତୁରନ୍ତ ଯୋଗାଇ ଦେବାକୁ ଦାବି

ଚାନ୍ଦବାଲି(କେନ୍ୟୁଜ୍) : କିଏ ବିଲରେ ଟ୍ରାକ୍ଟରରେ ହଳ କରୁଛିତ, ଆଉ କିଏ ହଳ କରିସାରି ବିଲରେ ବିହନ ବୁଣିବା ଆରମ୍ଭ କରି ଦେଲେଣି। ହେଲେ ଏବେ ବି ଅଧିକାଂଶ ଚାଷୀ ହାତ ବାନ୍ଧି ଘରେ ବସି ରହିଛନ୍ତି। ସେମାନଙ୍କୁ ସରକାରୀ ବିହନ ମିଳୁନଥିବା ଅଭିଯୋଗ ହୋଇଛି। ସରକାରୀ ବିହନ ଉପରେ ନିର୍ଭର କରି ଚାଷ କରୁଥିବା ଚାଷୀ ବାରମ୍ବାର ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ବିହନ ନପାଇ ନିରାଶ ହେଉଛନ୍ତି। ଫଳରେ ଚାନ୍ଦବାଲି ବ୍ଲକର ଚାଷୀଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି।

chandnbaliଚାଷୀଙ୍କ ଡିମାଣ୍ଡ ମୁତାବକ ବିହନ ମିଳୁନଥିବା କଥାକୁ ସ୍ୱୀକାର କରିଛନ୍ତି ଚାନ୍ଦବାଲି ବ୍ଲକ ସହକାରୀ କୃଷି ଅଧିକାରୀ। ବିଭିନ୍ନ ପଞ୍ଚାୟତର ପ୍ରାଇଭେଟ୍‌ ଡିଲରଙ୍କ ମାଧ୍ୟମରେ ଚାଷୀଙ୍କୁ ବିହନ ଯୋଗାଇ ଦିଆଯାଉଛି । ଯେଉଁଠି ଚାଷୀଙ୍କୁ ବିହନ ମିଳିନି ସେଠାରେ କିପରି ଚାଷୀ ବିହନ ପାଇପାରିବେ, ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ଚାନ୍ଦବାଲି ବ୍ଲକର ଚାଷୀଙ୍କୁ ତୁରନ୍ତ ସରକାରୀ ବିହନ ଯୋଗାଇ ଦେବାକୁ ଦାବି ହୋଇଛି।

Leave A Reply

Your email address will not be published.