କଳାହାଣ୍ଡି : ମରୁଡ଼ି ଘୋଷଣା ଦାବିରେ ରାଜରାସ୍ତାରେ ଶହଶହ ଚାଷୀ

ଧର୍ମଗଡ଼ (କେନ୍ୟୁଜ୍) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ଆମପାଣି ନିକଟରେ କୋକସରା ଚାଷୀ ସଂଗଠନ ପକ୍ଷରୁ ଜାତୀୟ ରାଜପଥ ୨୬ ଅବରୋଧ କରିଛନ୍ତି। କୋସରା ବ୍ଳକ୍ କୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ଦାବୀରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଫଳରେ ଜୟପୁର, ବୋରିଗୁମ୍ମା ଏବଂ ଭବାନୀପାଟଣାକୁ ଯାତାୟତ ବାଧାପ୍ରାପ୍ତ ହୋଇପଡ଼ିଛି। ସେମାନଙ୍କର ସଂପୂର୍ଣ୍ଣ ୨୦ଗୋଟି ପଞ୍ଚାୟତକୁ ସଂପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ପୂର୍ବରୁ ଅନେକ ଥର ଧାରଣାରେ ବସିଛନ୍ତି।

farmer

ଏଥି ସହ ଧର୍ମଗଡ଼ ଉପ-ଜିଲ୍ଲାପାଳଙ୍କ କାର‌୍ୟ୍ୟଳୟ ଘେରାଉ କରିଥଇଲେ। ଏହାପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବା ଏବଂ ମରୁଡ଼ି ଘୋଷଣା ନକରାହେବାରୁ ଆଜି ବାଧ୍ୟ ହୋଇ ଶହ ଶହ ଚାଷୀ ରାଜରାସ୍ତକୁ ଓହ୍ଲାଇଛନ୍ତି। ଫଳରେ ସାଧାରଣ ଜନତାଙ୍କୁ ଯାତାୟତାରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି।

You might also like