Below header

ରାସ୍ତାରୁ ମିଳିଲା ଇଭିଏମ୍‌, ରାଜସ୍ଥାନରେ ୨ ଅଧିକାରୀ ନିଲମ୍ବିତ

ଜୟପୁର : ଗତକାଲି ରାଜସ୍ଥାନରେ ଶେଷ ହୋଇଥିଲା ବିଧାନସଭା ପାଇଁ ସାଧାରଣ ନିର୍ବାଚନ । ହେଲେ ରାତିରେ ରାସ୍ତା ଉପରୁ ମିଳିଛି ଏକ ଇଭିଏମ୍‌ । କିଶନଗଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରାନ୍‌ ଜିଲ୍ଲାର ଶାହାବାଦ ଅଞ୍ଚଳରୁ ରାସ୍ତା ଉପରେ ପଡ଼ିଥିବା ଅବସ୍ଥାରେ ଇଭିଏମ୍‌କୁ ଠାବ କରାଯାଇଥିଲା । ଏହି ଘଟଣାରେ ଦୁଇଜଣ ଅଧିକାରୀଙ୍କୁ ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି । କେହି ଜାଣିଶୁଣି ଏଭଳି କରିଛି ନା ଭୁଲ ବଶତଃ ଇଭିଏମ୍‌ ସବୁ ନେଲା ବେଳେ ଏହା ଖସି ପଡ଼ିଛି, ତାର ତଦନ୍ତ କରାଯାଉଛି ।
ରାଜସ୍ଥାନରେ ଗତକାଲି ୨୦୦ଟି ବିଧାନସଭା ଆସନ ମଧ୍ୟରୁ ୧୯୯ଟି ଆସନ ପାଇଁ ଭୋଟ୍‌ ଗ୍ରହଣ ହୋଇଥିଲା । ଏଥିରେ ୭୨.୨ ପ୍ରତିଶତ ମତଦାନ ହୋଇଛି । ଏଥର ନିର୍ବାଚନରେ ମୋଟ୍‌ ୨୨୭୪ ଜଣ ପ୍ରାର୍ଥୀ ଥିବା ବେଳେ ସେଥିମଧ୍ୟରେ ୧୮୯ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.