Below header

ଘରୁ କୋବି କିଣିବାକୁ ବାହାରିଲେ ମହିଳା, ରାସ୍ତାରେ ଜିତିଲେ ଦେଢ଼ କୋଟି ଟଙ୍କା

ଆମେରିକାରର ମେରିଲ୍ୟାଣ୍ଡରେ ଏକ ମହିଳା କିଛି ମୁହୁର୍ତ୍ତରେ କରୋଡପତି ହୋଇଥିବା ଏକ ରୋଚକପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଛି। ଭେନେସା ୱାର୍ଡ ନାମକ ଏହି ମହିଳା ଘରୁ କୋବି କିଣିବାକୁ ବଜାରକୁ ବାହାରିଥଲେ। ରାସ୍ତାରେ ଗଲାବେଳେ ସେ ଏକ ଲଟେରୀ ଟିକେଟ କିଣି ଦେଢ଼ କୋଟି ଟଙ୍କା ଜିତିଛନ୍ତି।

kobiiଭେନେସା ୱାର୍ଡ ଭଜିର୍ନିଆ ଲୋଟେରୀକୁ କହିଲେ ଯେ ତାଙ୍କୁ ତାଙ୍କ ବାପା କୋବି କିଣିବାକୁ କହିଥିଲେ। ରାସ୍ତାରେ ଗଲାବେଳେ କୋବି କିଣିବା ସହିତ ନିଜ ଭାଗ୍ୟକୁ ବଦଳାଇବା ପାଇଁ ସ୍ପିନ ସ୍କ୍ରାଚ ଅଫ ଟିକେଟ ମଧ୍ୟ କିଣିଲେ। ଲଟେରୀ ଟିକେଟ କିଣି ସେ ଘରକୁ ଫେରି ଆସିଲେ। ଯେତେବେଳେ ସେ ଘରକୁ ଫେରି ସେହି ଲଟେରୀକୁ ସ୍କ୍ରାଚ କରି ଯାହା ଦେଖିଲେ ସେ ସ୍ତବ୍ଧ ହୋଇଗଲେ।

loteryସେ ସେହି ଲଟେରୀ ଜିତିଯାଇଥିଲେ ଏବଂ ସେହି ଲଟେରୀ ଜିତିବାର ସବୁଠାରୁ ହାଇ ପ୍ରାଇସ ବିଜେତା। ସେ ଲଟେରୀରେ ୨,୨୫୦୦୦ ଡଲାର (ପ୍ରାୟ ଦେଢ଼ କୋଟି ଟଙ୍କା) ଜିତିଥିଲେ।

ଏହା ସହ ପଢ଼ନ୍ତୁ : ପିଲା ଜନ୍ମ କରିବାରୁ ବାହାର କରିଦେଲା କମ୍ପାନୀ, ନିଜର ବ୍ୟବସାୟ ଆରମ୍ଭ କରି କଡା ଜବାବ୍ ଦେଲେ ଏହି ମା’

ଭେନେସା କହିଲେ ଯେ ସେ ଏହି ଟଙ୍କାକୁ ନିଜ ରିଟାୟରମେଣ୍ଟ ପାଇଁ ସଂଚୟ କରି ରଖିବେ। ଏହାଛଡା ଯେ ଡିଜନୀ ୱାଲର୍ଡ ବୁଲିବାର ନିଜ ସ୍ବପ୍ନକୁ ମଧ୍ୟ ପୂରଣ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.