Below header

ଯାଜପୁର: ତ୍ରୁଟିପୂର୍ଣ୍ଣ ଡାଟା ଏଣ୍ଟ୍ରି ପାଇଁ ଭୋଗୁଛନ୍ତି ଦଶା, ଶସ୍ୟ ବୀମା ପଇଠ କରିଥିଲେ ବି ଚାଷୀ ପାଇନାହାନ୍ତି ବୀମା ରାଶି

ଯାଜପୁର(କେନ୍ୟୁଜ୍):   ଶସ୍ୟବୀମା ପ୍ରିମିୟମ ପଇଠ କରିଛନ୍ତି । ହେଲେ ବୀମା ରାଶି ପାଇବାରୁ ବଞ୍ଚିତ ଚାଷୀ । ଏଭଳି ଅଭିଯୋଗ କରିଛନ୍ତି ଯାଜପୁର ମଙ୍ଗଳପୁର ପ୍ରାଥମିକ କୃଷି ଋଣ ସମବାୟ ସମିତିର ଶତାଧିକ ଚାଷୀ । ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନୟାନ୍ତ ହେଉଛନ୍ତି । ଏପରିକି ଜିଲ୍ଲାପାଳଙ୍କ ଅଫିସ ଠାରୁ ହାଇକୋର୍ଟ ପର୍ଯ୍ୟନ୍ତ ଅଭିଯୋଗ କରିଛନ୍ତି ହେଲେ ଆଜି ଯାଏ ବୀମା ରାଶି ପାଇନାହାନ୍ତି । ଚାଷୀମାନଙ୍କ ପଞ୍ଜିକରଣ ସମୟରେ ତ୍ରୁଟିପୂର୍ଣ୍ଣ ଡାଟା ଏଣ୍ଟ୍ରି ଫଳରେ ଶତାଧିକ ଚାଷୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମାନଙ୍କୁ ତାଙ୍କ ପ୍ରାପ୍ୟ ମିଳିବା ପାଇଁ ବୀମା କମ୍ପାନୀ ସହଯୋଗ ମଧ୍ୟ କରୁନାହିଁ । ବାରମ୍ବାର ସମବାୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇ ବିଫଳ ହୋଇଥିବାରୁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଚାଷୀ । ଏନେଇ ହାଇକୋର୍ଟ ୨ମାସ ମଧ୍ୟରେ ଏହାର ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.