ବିଧାନସଭାରେ ଉପସ୍ଥାପନ ହେଲା ସିଏଜି ରିପୋର୍ଟ, ରାଜ୍ୟ ସରକାରଙ୍କ ଆର୍ଥିକ ସ୍ଥିତିକୁ ସାମ୍ନାକୁ ଆଣିଲେ ସିଏଜି

ଭୁବନେଶ୍ବର(କେନ୍ୟୁଜ୍):   ପ୍ରକାଶ ପାଇଲା ସିଏଜି ରିପୋର୍ଟ ।ଏହାସହ ଅନେକ ଦୋଷ ଦୁର୍ବଳତାକୁ ପଦାକୁ ଆଣିଛନ୍ତି । ଆଳୁ ମିଶନ ଫେଲ ମାରିଥିବା ସହ ଶ୍ରମିକ କଲ୍ୟାଣ ପାଣ୍ଠିର ସ୍ୱଳ୍ପ ବିନିଯୋଗ ହୋଇଥିବା କହିଛନ୍ତି । ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ୮୩୬ ବ୍ୟକ୍ତିଗତ ଜମାଖାତା ମଧ୍ୟରୁ ୫୬୯ ଆକାଉଣ୍ଟ ଟ୍ରେଜେରୀ ଆକାଉଣ୍ଟ ସହ ମେଳ କରାଯାଇଥିଲା । ଅର୍ଥ ବିଭାଗ ଅନାବଶ୍ୟକ ହୋଇପଡିଥିବା ଜମାରାଶି ଗୁଡିକର ସମୀକ୍ଷା କରି ତୁରନ୍ତ ସରକାରଙ୍କ ପାଣ୍ଠିକୁ ପ୍ରେରଣ କରିବା ଦରକାର । ଯେଉଁ ବିଭାଗୀୟ ଅଧିକାରୀ ମାନେ ଏହାକୁ ଖିଲାପ କରୁଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସିଏଜି କହିଛନ୍ତି । 

  • ହିସାବ ଖାତାରେ ସ୍ୱଚ୍ଛତା ନଥିବା ସିଏଜି ଦର୍ଶାଇଛନ୍ତି ।
  • ରାଜ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ଆକସ୍ମିକ ବିଲ ଦାଖଲ ହୋଇନାହିଁ । ୧୨ ବିଭାଗ ଦ୍ୱାରା ବଳକା ୧୪.୫୫କୋଟି ଟଙ୍କାର ବିଲ ବର୍ଷ ଶେଷରେ ଦାଖଲ କରାଯାଇନାହିଁ । ଅଗ୍ରୀମ ଉଠାଣ ଓ ଏହାର ହିସାବ ନହେବା ଯୋଗୁଁ କ୍ଷତି ଓ ତୋଷାରପାତ ହୋଇଥିବା ଅନୁମାନ କରାଯାଉଛି ।
  • କୋଠାବାଡି ଓ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିର ସ୍ୱଳ୍ପ ବିନିଯୋଗ ହୋଇଛି ।
  • ଜାତୀୟ ଖାଦ୍ୟ ସୁରକ୍ଷା ମିଶନରେ ୨୦୧୭-୧୮ରେ ୧୪୫.୫୨ କୋଟି ଟଙ୍କାର ବ୍ୟବସ୍ଥା ଥିବାବେଳେ କେବଳ ୯୧.୬୬ କୋଟି ଟଙ୍କା ବିନିଯୋଗ ହୋଇପାରିଛି । କେନ୍ଦ୍ରୀୟ ଭାଗ ନପାଇବା ଯୋଗୁଁ ରାଜ୍ୟ ଭାଗ ବିନିଯୋଗ ହୋଇପାରିନି ।
  • ରାଜ୍ୟରେ ଆଳୁ ମିଶନ ଫେଲ ମାରିଛି । ତିନିବର୍ଷରେ ୫୫ଟି ଶୀତଳ ଭଣ୍ଡାର କରିବା ଲକ୍ଷ୍ୟ ରଖାଯାଇଥିଲେ ବି ଏପର୍ଯ୍ୟନ୍ତ କେବଳ ୨୩ଟି ପ୍ରତିଷ୍ଠା ହୋଇପାରିଛି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.