କେନ୍ଦ୍ରାପଡ଼ା: ଦୁଇ ଦିନରେ ୨ଜଣଙ୍କ ମୃତଦେହ ଉଦ୍ଧାର, ଜଣଙ୍କର ଝୁଲନ୍ତା ଅବସ୍ଥାରେ ଓ ଅନ୍ୟ ଜଣଙ୍କର ପୋଖରୀରୁ ମିଳିଲା ମୃତଦେହ

ମହାକାଳପଡ଼ା(କେନ୍ୟୁଜ୍): ଦୁଇ ଦିନରେ ୨ଜଣଙ୍କ ମୃତଦେହ ଉଦ୍ଧାର । ଜଣଙ୍କର ମୃତଦେହ ଏକ ଘରୁ ଝୁଲନ୍ତା ଅବସ୍ଥାରେ ମିଳିଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ପୋଖରୀରୁ ଉଦ୍ଧାର କରାଯାଇଛି । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଜହଁରା ଗାଁରେ । ଗତ ୨୬ତାରିଖ ରାତିରେ ଭୋଜି ଖାଇ ଫେରି ଘରେ ଶୋଇଥିଲେ ପ୍ରଶାନ୍ତ ସାହୁ । ୨୭ତାରିଖ ଦିନ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ଏହି ସମୟରେ ଗାଁର ଅଶୋକ ପରିଡ଼ାଙ୍କ ଗାଡି ପ୍ରଶାନ୍ତଙ୍କ ଘରେ ଥିଲା । ହେଲେ ସେ ଫେରାର ହୋଇଯାଇଥିଲେ । ଫଳରେ ପରିବାର ଲୋକ ଏହାକୁ ଏକ ହତ୍ୟାକାଣ୍ଡ କହିବା ସହ ଥାନାରେ ଅଭିଯୋଗ କରିଥିଲେ । ଆଜି ଭୋରରେ ଅଶୋକଙ୍କ ମୃତଦେହ ଏକ ପୋଖରୀରୁ ଉଦ୍ଧାର ହୋଇଛି । ଅଶୋକଙ୍କ ମୁଣ୍ଡରେ ଆଘାତ ଲାଗିଛି । ଉଭୟ ଅଶୋକ ଏବଂ ପ୍ରଶାନ୍ତ ମିଶି ଇଲେକ୍ଟି୍ରକ୍‌ ଓ୍ଵାଇରିଂ କାମ କରୁଥିଲେ । ଘଟଣାକୁ ନେଇ ଗ୍ରାମବାସୀ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ କହିଥିବା ବେଳେ ଗାଁରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.