ପ୍ରବଳ କ୍ଷତିରେ ଚାଲୁଥିବା ନେଟ୍‌ଓ୍ଵର୍କ ୧୮କୁ ବିକିବେ ମୁକେଶ ଅମ୍ବାନୀ ?

ଅନୀଲ ଅମ୍ବାନୀଙ୍କ ପରେ ଏବେ କମ୍ପାନୀ ବିକିବେ ମୁକେଶ ଅମ୍ବାନୀ । ଭାରତର ସବୁଠାରୁ ଧନୀ ମିଡିଆ ନେଟ୍‌ଓ୍ଵର୍କ ଭାବେ ଜଣାଶୁଣା ନେଟ୍‌ଓ୍ଵର୍କ ୧୮କୁ ବିକ୍ରି କରିବା ଲାଗି କୁଆଡ଼େ ମୁକେଶ ସଜବାଜ ହେଉଛନ୍ତି । ଏ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଏବେ ହିସାବ କିତାବ ଚାଲିଛି । ଟାଇମ୍‌ସ ଗ୍ରୁପ୍‌ କମ୍ପାନୀ ବେନେଟ ଆଣ୍ଡ କୋଲମାନ୍‌ ସହ ଆଲୋଚନା ହେଉଥିବା କୁହାଯାଉଛି ।
ପୂର୍ବରୁ ମୁକେଶ ଜାପାନ କମ୍ପାନୀ ସୋନି ସହ ମଧ୍ୟ କଥାବାର୍ତ୍ତା କରିଥିଲେ ବୋଲି ସୂଚନା ମିଳିଛି । ନେଟ୍‌ଓ୍ଵର୍କ ୧୮ରେ ମୁକେଶଙ୍କର ଥିବା ସେୟାରକୁ ବିକ୍ରି କରାଯିବ । ବିଶେଷ କରି ଏଣ୍ଟରଟେନ୍‌ମେଣ୍ଟ ଡିଭିଜନ୍‌, ମ୍ୟୁଜିକ୍‌ ଓ ମୁଭି ଏବଂ କମେଡ଼ି ଚ୍ୟାନେଲ୍‌କୁ ସେ ବିକ୍ରି କରି ଦେବାକୁ ଚାହୁଁଛନ୍ତି ।
ଚଳିତ ବର୍ଷ ମାର୍ଚ୍ଚ ସୁଦ୍ଧା ଏହି କମ୍ପାନୀର ୨୫ ମିଲିୟନ୍‌ ଡଲାର ବା ପାଖାପାଖି ୧୮୦ କୋଟି ଟଙ୍କାର କ୍ଷତି ହୋଇଛି । ଏବେବି ଏହା ଉପରେ ୨୮ ବିଲିୟନ୍‌ ଡଲାରର ଋଣ ରହିଛି । ସୂଚନା ଥାଉକି ୨୦୧୪ରେ ରିଲାୟନ୍ସ କମ୍ପାନୀ ନେଟ୍‌ଓ୍ଵର୍କ ୧୮କୁ ନିଜ ଅଧୀନକୁ ନେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.