Below header

ଖୋର୍ଦ୍ଧା: ବାଣପୁର ୨ଟି ପଞ୍ଚାୟତରେ ଜନଶୁଣାଣୀ ଓ ଜନସମ୍ପର୍କ ଶିବିର, ୧୦୧ଟି ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ଓ ବିଧବା ଭତ୍ତା ପ୍ରଦାନ

ବାଲୁଗାଁ(କେନ୍ୟୁଜ୍): ଖୋର୍ଦ୍ଧା ବାଣପୁର ବ୍ଳକ ଆଦିବାସୀ ଅଧ୍ୟୁଷିତ ନୀଳାଦ୍ରିପ୍ରସାଦ ଓ ଦାମିଆ-ବରବରା ଦୁଇ ପଞ୍ଚାୟତକୁ ନେଇ ପ୍ରଥମ ଥର ପାଇଁ ପ୍ରଶାସନ ପକ୍ଷରୁ ଜନଶୁଣାଣୀ ଓ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଛି । ଏଥିରେ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଶିବିରରେ ମୋଟ ୧୦୧ଟି ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ଓ ବିଧବା ଭତ୍ତା ପ୍ରଦାନ କରାଯାଇଥିଲା । ହିତାଧିକାରୀଙ୍କୁ ୬ଟି ଟ୍ରାଇ ସାଇକେଲ ଦିଆଯାଇଥିଲା । ୫ଜଣ ନିର୍ମାଣ ଶ୍ରମିକଙ୍କୁ କାର୍ଡ, ବସୁନ୍ଦରା ଯୋଜନାରେ ବାସହରା ୪ଟି ପରିବାରକୁ ଘରପଟା ପ୍ରଦାନ କରାଯାଇଥିଲା । ଏହି ଅବସରରେ ବିଧାୟକ, ଜିଲ୍ଲାପାଳ ଏବଂ ଏସପି ପଞ୍ଚାୟତରେ ଏକ ମାର୍କେଟ କମ୍ପ୍ଳେକ୍ସ ଉଦଘାଟନ କରିଥିଲେ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.