ବାହାରକୁ ଆସିଲା ହିମାଂଶୀଙ୍କ ନିର୍ବନ୍ଧର ସତ, ‘ମୋ ଭାଇ ସହିତ ତାର କୌଣସି ସମ୍ପର୍କ ନାହିଁ’ କହିଲେ ଆମୀ ଭିର୍କଙ୍କ ଭାଇ

ବିଗବସ13ରେ ପଂଜାବୀ କୁଡି ହିମାଂଶୀ ଖୁରାନା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ନିଜକୁ ପ୍ରଦର୍ଶିତ କରୁଛନ୍ତି । ଗତ ସପ୍ତାହରେ ସେ କ୍ୟାପଟେନ ହୋଇଥିଲେ ଯଦିଓ ଘରରର ସଦସ୍ୟ ମାନେ ତାଙ୍କୁ ଏତେବି ପସନ୍ଦ କରନ୍ତି ନାହିଁ । ତେବେ ଆଜି ହେଉଛି, ହିମାଂଶୀ ଖୁରାନାଙ୍କ ଜନ୍ମଦିନ । ଏହି ମଉକାରେ ବିଗବସ ତାଙ୍କୁ ଆଜି ଏକ ବଡ଼ ସାରପ୍ରାଇଜ ଦେବାକୁ ଯାଉଛନ୍ତି । ଏପରି ବି ହୋଇପାରେ ଯେ ଆସିମ, ହିମାଂଶୀଙ୍କୁ ନିଜ ମନକଥା ଖୋଲି କହିପାରନ୍ତି ।

हिमांशी खुराना

ଆସିମ, ହିମାଂଶୀଙ୍କୁ ପସନ୍ଦ କରିବାରେ ଲାଗିଛନ୍ତି ଏବଂ ଦୁଇଜଣଙ୍କ ମଧ୍ୟରେ ଘନିଷ୍ଠତା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ କଣ ପ୍ରକୃତରେ ହିମାଂଶୀଙ୍କର ନିର୍ବନ୍ଧ ହୋଇସାରିଛି । ଗତ କିଛିଦିନ ହେବ ହିମାଂଶୀ ନିଜ ମୁଦି ଦେଖାଇ କହିଆସୁଛନ୍ତି ଯେ ତାଙ୍କର ନିର୍ବନ୍ଧ ହୋଇସାରିଛି । ଘର ବାହାରୁ ମିଳିଥିବା ସୂଚନା ଅନୁଯାୟୀ ହିମାଂଶୀଙ୍କ ନିର୍ବନ୍ଧ ଗାୟକ ଆମୀ ଭିର୍କଙ୍କ ସହିତ ହୋଇଛି ।

himanshi khurana

ଏହାସହ ପଢନ୍ତୁ ବିଗବସ13 କୁ ଅଧାରୁ ଛାଡିପାରନ୍ତି ଦେବୋଲିନା, ଘରେ ହୋଇଥିବା ଏହି ଘଟଣା ହୋଇପାରେ କାରଣ

ନିକଟରେ ଆମିଙ୍କ ଭାଇ ଭଗବନ୍ଥଙ୍କର ବୟାନ ମଧ୍ୟ ଶୁଣିବାକୁ ମିଳୁଛି । ସେ କହିଛନ୍ତି ଯେ ହିମାଂଶୀଙ୍କର ଯାହାସହ ନିର୍ବନ୍ଧ ହୋଇଛି ସେ ମୋ ଭାଇ ନୁହେଁ ଏବଂ ହିମାଂଶୀଙ୍କର ମୋ ଭାଇଙ୍କ ସହିତ କୌଣସି ବି ସମ୍ପର୍କ ନାହିଁ । ଏହାସହିତ ସେ କହିଛନ୍ତିଯେ ମୋ ଭାଇ ବିବାହିତ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ନିର୍ଦ୍ଦିଷ୍ଟ ହୋଇପାରିନାହିଁ ଯେ ହିମାଂଶୀଙ୍କର କାହାସହ ନିର୍ବନ୍ଧ ହୋଇଛି । ଏପରି ବି ହୋଇପାରେ ଯେ ହିମାଂଶୀ ମିଛ କହୁଥାଇପାରନ୍ତି । ତେବେ ସୂଚନା ଅନୁଯାୟୀ ଯଦି ଆସିମ, ହିମାଂଶୀଙ୍କୁ ତାଙ୍କ ଜନ୍ମଦିନରେ ପ୍ରପୋଜ କରନ୍ତି ତାହେଲେ ଘରେ ଏକ ନୂଆ ଲଭଷ୍ଟୋରି ଦେଖିବାକୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.