Below header

ଭଦ୍ରକରେ ଉଦ୍ଧାର ହେଲା କୃଷକ ନେତାଙ୍କ ଝୁଲନ୍ତା ମୃତଦେହ

ଭଦ୍ରକ: ଧାମନଗର ଥାନା ଅଧିନସ୍ଥ ପାହିମହୁରା ଗ୍ରାମରେ ଗଣେ କୃଷକ ନେତାଙ୍କ ମୃତ ଦେହ ଝୁଲନ୍ତା ଅବସ୍ତାରେ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଖଗେଶ୍ବର ସାହୁ। ତାଙ୍କ ଘର ପାହିମହୁରା ଗ୍ରାମରେ। ସୁଚନା ଅନୁଯାୟୀ ଗତକାଲି ଦୂଇଜଣ ଅଜଣା ବ୍ୟକ୍ତି ତାଙ୍କୁ ଘରୁ ଡାକି ନେଇ ଥିଲେ। ତେବେ ସେ ବିଳମ୍ବିତ ରାତ୍ରି ପର୍ୟ୍ୟନ୍ତ ଘରକୁ ଫେରି ନଥିବା ବେଳେ ଆଜି ସକାଳୁ ବିଲ ପାଖ ରାସ୍ତା ପାର୍ଶ୍ବରେ ଏକ ପଳାସ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଗ୍ରାମବାସୀ ଦେଖିଥିଲେ।

ପରେ ପୋଲିସକୁ ଖବର ଦିଆଯିବା ପରେ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଶବଟିକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଡାକ୍ତରଖାନାକୁ ପଠାଇଛି। ତେବେ ମୃତ ଖଗେଶ୍ବର ହେଉଛନ୍ତି ପାହିମହୁରା ଅଞ୍ଚଳ କୃଷକ ସଂଘର ସଂପାଦକ ଥିଲେ। ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏନେଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.