Below header

ବାରମ୍ବାର ପଡ଼ିଲେ ମଧ୍ୟ ଭାଙ୍ଗିବ ନାହିଁ ସ୍ମାର୍ଟଫୋନ୍ ଡ଼ିସପ୍ଲେ

ନୂଆଦିଲ୍ଲୀ : ଅନେକ ସମୟରେ ବହୁ ସତର୍କତା ଅବଲମ୍ବନ କରିବା ପରେ ମଧ୍ୟ ହାତରୁ ଖସିଯାଇଥାଏ ସ୍ମାର୍ଟଫୋନ୍। ଯାହା ଫଳରେ ଡ଼ିସପ୍ଳେ ଖରାପ ଏବଂ ଭାଙ୍ଗିବା ଆଦି ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥାଏ। ଏବେ କିନ୍ତୁ ଏହି ଅସୁବିଧାର ସମାଧାନ ବାହାର କରିଛି ଗ୍ଲୋବାଲ ଟେକ୍ନୋଲୋଜି କମ୍ପାନି କର୍ଣ୍ଣିଂ। କମ୍ପାନି ଏବେ ଗୋରିଲା ଗ୍ଲାସ ୬ ଲଞ୍ଚ କରିବା ପ୍ରସ୍ତୁତିରେ ରହିଛି। ଯାହାକୁ ସ୍ମାର୍ଟଫୋନ ଡ଼ିସପ୍ଳେରେ ବ୍ୟବହାର କରାଯିବ। ଯାହାପରେ ବାରମ୍ବାର ମୋବାଇଲ ପଡ଼ିଲେ ମଧ୍ୟ ଡ଼ିସପ୍ଲେରେ କୌଣସି ଦାଗ ମଧ୍ୟ ପଡ଼ିବ ନାହିଁ।

Gorilla-Glass-6

କମ୍ପାନିର କହିବା ଅନୁଯାୟୀ ,ଗୋରିଲା ଗ୍ଳାସ ୬ ଲାଗିଥିବା ମୋବାଇଲକୁ ୧ମିଟର ଉଚ୍ଚତାରୁ ୧୫ଥର ପକାଇଲେ ମଧ୍ୟ ମୋବାଇଲ ଡ଼ିସପ୍ଳେର କିଛି ହେବା ନାହିଁ। ଏହା ଗୋରିଲା ଗ୍ଲାସ ୫ରୁ ଦୁଇଗୁଣ ମଜବୁତ ରହିବ। ତେବେ ଗ୍ଲାସରେ କେଉଁ ପ୍ରକାରର ସ୍କାର୍ଚ ପ୍ରୋଟେକ୍ସନ ରହିବ କି ନାହିଁ ସେ ନେଇ କୌଣସି ପ୍ରକାରର ସୂଚନା ମିଳିନାହିଁ।

ଅନୁସନ୍ଧାନ ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ମୋବାଇଲ ବର୍ଷକୁ କମସେ କମ୍ ୭ଥର ପଡ଼ିଥାଏ। ତାହା ସାଧାରଣତଃ ୧ ମିଟର ବା ତାହାଠୁ କମ ଉଚ୍ଚତାରୁ ପଡ଼ିଥାଏ। ବାରମ୍ବାର ମୋବାଇଲ ପଡ଼ି ଡ଼ିସପ୍ଲେ ଭାଙ୍ଗିବା ଅଭିଯୋଗ ଆସିବା ପରେ କମ୍ପାନି ତରଫରୁ ଏହି ଗ୍ଲାସକୁ ପ୍ରସ୍ତୁତ କରାଯାଇଛି। ଏହାକୁ ଆଗାମୀ କିଛି ମାସ ମଧ୍ୟ ଲଞ୍ଚ କରାଯିବା ନେଇ ଖବର ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.