Below header

ଫେସବୁକରେ ଆଧାର ଲିଙ୍କ : ୧୩ ବର୍ଷରୁ କମ ଗ୍ରାହକଙ୍କ ଆକାଉଣ୍ଟ ହେବ ଲକ୍

ନୂଆଦିଲ୍ଲୀ : ସୋସିଆଲ ନେଟୱାର୍କଂ ୱେବସାଇଟ୍ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ନିଜର ୟୁଜର୍ସ ପଲିସିରେ ବଡ଼ ପରିବର୍ତ୍ତନ ଆଣିବାକୁ ଯାଉଛି। କମ୍ପାନି ଏବେ କମ ବୟସ ଗ୍ରାହକଙ୍କ ଉପରେ ଖାସ ନଜର ରଖିବ। ଏନେଇ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଆକାଉଣ୍ଟ କରିବାକୁ ହେଲେ ଗ୍ରାହକଙ୍କୁ ନିଜର ଅଫିସିଆଲ୍ ଫଟୋ ଆଇଡ଼ି ଜରିଆରେ ନିଜ ବୟସର ପ୍ରମାଣ ଦେବାକୁ ପଡ଼ିବ।

ନିକଟରେ ଆମେରିକାରେ ୟୁ.ଏସ୍ ଚାଇଲ୍ଡ ଅନଲାଇନ୍ ପ୍ରାଇଭେସି ପ୍ରୋଟେକସନ ଆକ୍ଟ ଅନୁଯାୟୀ ୧୩ ବର୍ଷରୁ କମ ପିଲାଙ୍କୁ ସୋସିଆଲ ମିଡ଼ିଆ ଆକାଉଣ୍ଟ ଖୋଲିବା ପାଇଁ ଦରକାର ପଡ଼ିବ ପିତାମାତାଙ୍କ ମଞ୍ଜୁରୀ। ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ନିୟମ ଅନୁଯାୟୀ ଆକାଉଣ୍ଟ ଖୋଲିବା ପାଇଁ କେବଳ ଗ୍ରାହକଙ୍କର ଜନ୍ମତାରିଖ ଦେବାକୁ ପଡ଼ୁଥିଲା। ଯାହା ଫଳରେ କମ ବୟସ ପିଲା ମାନେ ମଧ୍ୟ ନିଜର ବୟସ ବଦଳାଇ ସହଜରେ ଆକାଉଣ୍ଟ ପ୍ରସ୍ତୁତ କରିପାରୁଥିଲେ।

କିନ୍ତୁ ଏବେ ଏହି ଅନଲାଇନ୍ ପ୍ଲାଟଫର୍ମରେ କାର୍ୟ୍ୟରତ ଥିବା ମଡ଼େରେଟର କୌଣସି ଗ୍ରାହକଙ୍କ ବୟସ ୧୩ବର୍ଷରୁ କମ ହୋଇଥିଲେ ତାଙ୍କ ଆକାଉଣ୍ଟକୁ ଲକ୍ କରିବ। ତେବେ ବର୍ତ୍ତମାନ କମ୍ପାନି କମ୍ ବୟସ ଥିବା ଗ୍ରାହକଙ୍କ ଆକାଉଣ୍ଟର ଖୋଜ୍ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.