୨୬ରେ ଗୁରୁପ୍ରିୟା ଉଦଘାଟିତ ହେବ ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ

ଭୁବନେଶ୍ବର : ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ଗୁରୁପ୍ରିୟା ସେତୁର ଲୋକାର୍ପଣ କରିବେ। ଏହି ସୂଚନା ଦେଇଛନ୍ତି ପୂର୍ତ୍ତ ସଚିବ ନଳିନୀ କାନ୍ତ ପ୍ରଧାନ। ଗତ ୧୮ ତାରିଖରେ ଏହି ସେତୁର ଉଦଘାଟନ ହେବାର ଥିଲା। କିନ୍ତୁ ପାଗ ଖରାପ ଯୋଗୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା। ଗୁରୁପ୍ରିୟା ସେତୁ କାର୍ୟ୍ୟକ୍ଷମ ହେଲେ ଗମନାଗମନ ସୁବିଧା ହେବା ସହ ମାଓ ଅପରେସନ ଅଧିକ କ୍ରିୟାଶୀଳ ହେବ। ସେତୁରେ ଲାଗିଛି ସମୁଦାୟ ୨୪୦ ମିଟର ଷ୍ଟିଲ ଗାର୍ଡର। ୧୧ ନମ୍ବର ଖୁଣ୍ଟିରୁ ୧୭ ନମ୍ବର ଖୁଣ୍ଟି ମଧ୍ୟରେ ଷ୍ଟିଲ ଗାର୍ଡର ଲାଗିଛି। ସେତୁ ଉପରେ ୧୨୦ ଟନ୍ ଲୋଡିଂ ଦେଇ ଗାର୍ଡର ଟେଷ୍ଟ କରାଯାଇଛି।

ଏଥିରେ ବହୁ ସେନସିଟିଭ ସେନ୍ସର ବ୍ୟବହାର କରାଯାଇଛି। ଏହା ମଧ୍ୟରେ ଗୁରୁପ୍ରିୟା ସେତୁର ଅନୁଧ୍ୟାନ ଶେଷ ହୋଇଛି। ସିସିଟିଭି ଦ୍ୱାରା ସେତୁ ଉପରେ ସଂପୂର୍ଣ୍ଣ ନଜର ରଖାଯାଇଛି । ସେହିପରି ଆସନ୍ତା ୨୬ ତାରିଖରେ ମାଲକାନଗିରିରେ ଏକ ୭ ମହଲା ବିଶିଷ୍ଟ ମେଡିକାଲର ଉଦଘାଟନ ହେବ। ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ ବୋଲି ମାଲକାନଗିରି ବିଧାୟକ ମାନସ ମାଡ଼କାମୀ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.