Below header

ନଦୀକୁ ଡେଇଁଲେ ମହିଳା : ଭୁବନେଶ୍ୱର ଉପକଣ୍ଠ କୂଆଖାଇରେ ଅଭାବନୀୟ ଘଟଣା 

ଭୁବନେଶ୍ୱର : ରାଜଧାନୀରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳା କୁଆଖାଇ ବ୍ରିଜ୍ ଉପରେ ଗାଡ଼ି ରଖି ସେ ନଦୀକୁ ଡେଇଁ ପଡ଼ିଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ ଉଦ୍ଧାର କାମ ଜାରି ରଖିଛନ୍ତି । ସୂଚନା ଅନୁଯାୟୀ , ମହିଳାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କୁ ତୁରନ୍ତ କ୍ଯାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା କରାଯାଉଛି।

ମହିଳା ଜଣଙ୍କ ହେଉଛନ୍ତି ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳର । ମାନସିକ ଦୁଶ୍ଚିନ୍ତାରୁ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି, କୋରାପୁଟ ଦାମନଯୋଡ଼ିରେ କାର୍ୟ୍ୟରତ ତାଙ୍କ ସ୍ୱାମୀ ଗତ ତିନି ବର୍ଷ ହେଲାଣି ନିଖୋଜ ଅଛନ୍ତି । ସେହିପରି ୨୦୦୮ରେ ତାଙ୍କ ମଝିଆ ପୁଅ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.