ଭାଙ୍ଗି ପାରେ ବିବାହର ପବିତ୍ର ବନ୍ଧନ ! ଆପଣ କରୁ ନାହାଁତି ତ’ ଏ ଭୁଲ୍ ?

କ’ଣ ଆପଣ ସବୁବେଳେ ଆପଣଙ୍କ ସାଥୀଙ୍କ ସହ ଟଙ୍କା ବାବଦର କଥା ଉପରେ ପ୍ରତ୍ୟେକ ଦିନ ଝଗଡା ହେଉଛନ୍ତି ? ଯଦି ହଁ, ତାହାଲେ ଟିକେ ସମ୍ଭାଳି ଯାଆନ୍ତୁ । କାହିଁକି ନା ଆପଣଙ୍କର ଏହି ସ୍ବଭାବ ପାଇଁ ସଂପର୍କ ଉପରେ ଖରାପ ପ୍ରଭାବ ପଡିପାରେ ।

ଏକ ଅନୁସଂନ୍ଧାନରୁ ଜଣା ଯାଉଛି କି ପଇସା ସଂମ୍ବନ୍ଧିୟ କଥା ପାଇଁ ସାଥୀଙ୍କ ସହ ଝଗଡା କରିବା ଦ୍ବାରା ଆପଣଙ୍କର ଲଭ୍ ଲାଇଫ ଏବଂ ବିବାହ ଜୀବନ ଉପରେ ବିପଦ ଆସିପାରେ ।

ଷ୍ଟଡିର ମୂଖ୍ୟ ଲେଖକ ଏଲିୟ ଲି ସଂସୋନଙ୍କ କହିବା ଅନୁଯାଇ, ଯେଉଁ ଲୋକ ନିଜର ବାହାଘର ଜୀବନ ଠାରୁ ଅଧିକ ପଇସାକୁ ପ୍ରାଧାନ୍ୟ ଦେଇଥାନ୍ତି ସେମାନେ କେବେ ବି ନିଜ ବିବାହ ଜୀବନରେ ଖୁସି ରହି ନଥାନ୍ତି ।

ଏହା ଛଡା, ଏହିଭଳି ଲୋକ ନିଜ ସାଥୀଙ୍କ ଠାରୁ ଅଧିକ ପଇସା ପାଖରେ ନିଜର ଖୁସି ଖୋଜିଥାନ୍ତି । ଯୋଉଥି ପାଇଁ ଏହି ଲୋକ ନିଜ ସାଥୀଙ୍କୁ ଅଧିକ ଭଲପାଇବା ଦେଇପାରନ୍ତି ନାହିଁ ଏବଂ ଧିରେ ଧିରେ ସଂପର୍କରେ ଫାଟ ସୃଷ୍ଟି ହୋଇଥାଏ । ଏହି ସମସ୍ୟାକୁ ନିଜେ ପରସ୍ପର ନିଜ ଭିତରେ କଥା ହୋଇ ଠିକ୍ କରିବା ଉଚିତ୍ ।

ଅଧିକ ଲୋକ ମେଣ୍ଟାରିୟଲଜିୟମର ସମସ୍ୟାରୁ ଅଜାଣା ହୋଇଥାନ୍ତି । ଯାହା ଫଳରେ ନିଜେ ବି ଜାଣି ପାରନ୍ତି ନାହିଁ କି ଏମାନେ ପଇସାକୁ ଅଧିକ ଭଲପାଇବା କାରଣରୁ ସଂପର୍କ ତୁଟିବାକୁ ଲାଗିଥାଏ ବୋଲି ।

ଏହା ଛଡା ଷ୍ଟଡିର ମୂଖ୍ୟ ଲେଖକ ଆଉବି କହିଛନ୍ତି କି, ବିବାହିତ ଲୋକ ମାନଙ୍କ ପାଇଁ ଜରୁରୀ କି ନିଜର ସମସ୍ୟା ଖୋଲିକରି ନିଜ ସାଥୀଙ୍କ ସହ କଥା ହେବା ଓ ନିଜ ବିବାହ ଜୀବନ ଉପରେ ଧ୍ୟାନ ଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.