Below header

ପାରିବାରିକ କଳହରୁ ନୃଶଂସ ପାଲଟିଲା ବାପା, ବ୍ଲେଡରେ ତିନି ବର୍ଷ ଝିଅର ବେକ କାଟିଦେଲା

ଗୁରୁତର ଶିଶୁ କନ୍ୟାକୁ ଉଦ୍ଧାର କରି ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଶିଶୁକନ୍ୟାକୁ କ୍ୟାପିଟାଲ୍ ହସ୍ପିଟାଲ୍ ଓ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛି।

କଟକ(କେନ୍ୟୁଜ୍):ମଦ ନିଶାରେ ପିଶାଚ ପାଲଟିଲା ବାପା। ବ୍ଲେଡରେ ତିନି ବର୍ଷ ଝିଅର ବେକ କାଟିଦେଲା ବାପା। ପାରିବାରିକ କଳହରୁ ନୃଶଂସ ପାଲଟିଲା ବାପା। ଭୁବନେଶ୍ବର ଉପକଣ୍ଠ ବାଳକାଟିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଲୋକେ ଗୁରୁତର ଶିଶୁ କନ୍ୟାକୁ ଉଦ୍ଧାର କରି ପ୍ରଥମେ ବାଳକାଟି ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଶିଶୁକନ୍ୟାକୁ କ୍ୟାପିଟାଲ୍ ହସ୍ପିଟାଲ୍ ଓ ସଙ୍କଟାପନ୍ନ ଅବସ୍ଥାରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର ହୋଇଛି।

ବାଳକାଟିର ସାତକାଣିଆ ଅଂଚଳରେ ଏକ ଇଟା ଭାଟିରେ ଶ୍ରମିକ ଭାବେ ଗଣେଶ ସିଂ ଏବଂ ତାଙ୍କ ସ୍ତ୍ରୀ ପାନ ସିଂ କାମ କରନ୍ତି। କୌଣସି କାରଣରୁ ସ୍ଵାମୀ – ସ୍ତ୍ରୀ ମଧ୍ୟରେ ଆଜି କଳହ ଲାଗିଥିଲା। ଏଥିରେ ସ୍ଵାମୀ ଗଣେଶ ସିଂ ଉତକ୍ଷିପ୍ତ ହୋଇ ନିଜ ୩ ବର୍ଷର ଶିଶୁ କନ୍ୟାର ବେକ କୁ ବ୍ଲେଡ ରେ କାଟି ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.