ସାଇବର ସଚେତନ କାର୍ଯ୍ୟକ୍ରମରେ ସାମିଲ ହେବେ ଅଙ୍ଗନବାଡି କର୍ମୀ ଓ ସ୍ବୟଂ ସହାୟକ ଗୋଷ୍ଠୀ, ଗଡ଼ିବ ୩୪ଟି ସଚେତନତା ରଥ

ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର କାନ୍ଥରେ ଚିତ୍ରକଳା ମାଧ୍ୟମରେ ସାଇବର ଫ୍ରଡ ନେଇ ସଚେତନତା ସୃଷ୍ଟି କରାଯିବ। ରାଜ୍ୟରେ ବଢୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ସାଇବର ହେଲ୍ପ ଲାଇନ ଓ ସାଇବର ହେଲ୍ପ ଡେସ୍କର DGP ସୁନିଲ କୁମାର ବଂଶଲ୍ ଉଦଘାଟନ କରିଛନ୍ତି ।

କେନ୍ୟୁଜ୍(ବ୍ୟୁରୋ):  ସାଇବର ଲୁଟେରାଙ୍କ ଶିକାର ହେଲେ ୧୯୩୦କୁ କଲ୍ କରନ୍ତୁ । ଗୋଲ୍ଡେନ ଆୱାରରେ କଲ କଲେ ଟଙ୍କା ଫେରି ପାଇବାର ସମ୍ଭାବନା ଅଧିକ । ଗଡ଼ିବ ୩୪ଟି ସଚେତନତା ରଥ । ସାମିଲ ହେବେ ଆଶା, ଅଙ୍ଗନବାଡି କର୍ମୀ ଓ ସ୍ବୟଂ ସହାୟକ ଗୋଷ୍ଠୀ । ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର କାନ୍ଥରେ ଚିତ୍ରକଳା ମାଧ୍ୟମରେ ସାଇବର ଫ୍ରଡ ନେଇ ସଚେତନତା ସୃଷ୍ଟି କରାଯିବ। ରାଜ୍ୟରେ ବଢୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ସାଇବର ହେଲ୍ପ ଲାଇନ ଓ ସାଇବର ହେଲ୍ପ ଡେସ୍କର DGP ସୁନିଲ କୁମାର ବଂଶଲ୍ ଉଦଘାଟନ କରିଛନ୍ତି । ଏଠାରେ ୩୦ଟି ମନିଟରିଂ ଡେସ୍କ ରହିଛି। ତିନୋଟି ସିଫଟ୍ ରେ 24×7 ନିୟୋଜିତ ରହିବେ ତାଲିମପ୍ରାପ୍ତ କର୍ମଚାରୀ। ଯଦି କୌଣସି ବ୍ୟକ୍ତି ସାଇବର ଅପରାଧର ଶିକାର ହୁଅନ୍ତି ତା’ହେଲେ ଥାନାକୁ ନ ଯାଇ ସେମାନେ 1930କୁ ଫୋନ୍ କରି ନିଜର ଅଭିଯୋଗ ଜଣାଇ ପାରିବେ।

 
ସାଇବର ଅପରାଧରୁ ବର୍ତ୍ତିବା ପାଇଁ କଣ କରିବେ ? ଅନଲାଇନରେ ଅର୍ଥ ନେଣଦେଣ ପୂର୍ବରୁ ସତ୍ୟତା ଯାଞ୍ଚ କରନ୍ତୁ । ସୋସିଆଲ ମିଡିଆରେ ଅଜଣା ବ୍ୟକ୍ତିଙ୍କ ସହ ବନ୍ଧୁତା କରନ୍ତୁ ନାହିଁ । ଅଜଣା ଏସ୍ଏମ୍ଏସ୍, ଲିଙ୍କ କିମ୍ବା ସନ୍ଦେହାତ୍ମକ ଆପ୍ ଡାଉନଲାଡ ନକରିବାକୁ ପରାମର୍ଶ ଦିଆଯାଇଛି । ଏପରିକି ବିଦ୍ୟାଳୟ ସ୍ତରରେ ଅଭିଭାବକ-ଶିକ୍ଷକମାନଙ୍କ ବୈଠକରେ ସାଇବର କ୍ରାଇମ ପ୍ରତି ସଚେତନ ରହିବାକୁ ମଧ୍ୟ ଆଲୋଚନା କରାଯିବ।   ରାଜ୍ୟରେ ସାଇବର ଫ୍ରଡ ମାମଲା ବଢୁଛି । ସାଇବର ଅପରାଧ ଏବେ ପୋଲିସ ପାଇଁ ବଡ ଚାଲେଞ୍ଜ ହୋଇଛି। ଅପରାଧୀ ଅଦୃଶ୍ୟ ହୋଇଥିବାରୁ ସେମାନଙ୍କୁ ଧରିବା କଷ୍ଟକର ହୋଇପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.