ପୁଅ ପାଠ ପଢିଲାନି ବୋଲି ମାଡ଼ ମାରିବା ସହ ପିଠିରେ ଗଧ ଲେଖି ଲଙ୍ଗଳା କରି ଘରୁ ବାହାର କରିଦେଲେ ବାପା, ଆଉ ତାପରେ ହେଲେ ଗିରଫ

କେନ୍ଦୁଝର(କେନ୍ୟୁଜ୍): ପାଠ ନପଢିବାରୁ ନିଜ ପିଲାକୁ ମାଡ଼ ମାରି ଗିରଫ ହେଲେ ବାପା । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଘଟଣା । ୮ ବର୍ଷର ପୁଅ ପାଠ ପଢିଲାନି ବୋଲି ବାପାର ମୁଣ୍ଡକୁ ପିତ ଚଢିଗଲା । ନିଜ ପିଲାକୁ ଅମାନୁଷିକ ଭାବେ ମାଡ଼ ମାରିବା ସହ ପିଠିରେ ଗଧ ଲେଖି ଲଙ୍ଗଳା କରି ଘରୁ ବାହାର କରିଦେଇଥିଲେ ।

gadhaସ୍ଥାନୀୟ ଲୋକ ବାଳକଟିକୁ ଉଦ୍ଧାର କରି ପୋଲିସ ଜିମା ଦେବା ପରେ ତାଙ୍କ ବାପା ଦୀପ୍ତିମୟୀ ମଢେଇକୁ ଗିରଫ କରିଛି ପୋଲିସ । ଗିରଫ ଦୀପ୍ତିମୟୀ ମଢେଇ ଜଣେ ବ୍ୟାଙ୍କ ପିଓ । ତାଙ୍କ ପତ୍ନୀ ତେଲକୋଇ ବ୍ଲକ୍‌ରେ ପଶୁ ଚିକିତ୍ସା ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.