ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ଛକ ନିକଟରେ ଟ୍ରକକୁ ପିଟିଲା ବସ୍: ୨ ମୃତ, ୧୫ରୁ ଅଧିକ ଗୁରୁତର
ଭଦ୍ରକ(କେନ୍ୟୁଜ୍): ଟ୍ରକକୁ ପିଟିଲା ବସ୍। ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ଛକ ନିକଟରେ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି। ୩୫ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ଭଦ୍ରକ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଏକ ତୀର୍ଥ ଯାତ୍ରୀ ବସ୍ ଗୋରଖପୁରରୁ ପୁରୀ ଆସୁଥିବାବେଳେ ରାସ୍ତାରେ ଛିଡା ହୋଇଥିବା ଏକ ଧାନ ବୋଝେଇ ଟ୍ରକକୁ ସାମ୍ନାପଟୁ ଧକ୍କା ଦେଇଥିଲା। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଥିଲା। ବସ୍ରେ ମୋଟ ୫୦ରୁ ଅଧିକ ଯାତ୍ରୀ ଥିଲେ।