ନନ୍ଦନକାନନରେ ଆଖିବୁଜିଲା ବାଘୁଣୀ ବିଜୟା, ଗତ ୯ ତାରିଖରୁ ଥିଲା ଅସୁସ୍ଥ

ଭୁବନେଶ୍ୱର(କେନ୍ୟୁଜ୍): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁଣି ଏକ ବାଘୁଣୀ ଆଖି ବୁଜିଲା।  ବାଘୁଣୀ ବିଜୟାର ମୃତ୍ୟୁ ହୋଇଛି। ଗତ ୯ ତାରିଖରୁ ଅସୁସ୍ଥ ହୋଇ ନନ୍ଦନକାନନରେ ଚିକିତ୍ସାଧୀନ ଥିଲା ବିଜୟା। ଓୟୁଏଟି ର ୪ ଜଣିଆ ଡାକ୍ତରୀ ଟିମ୍ ଚିକିତ୍ସା କରୁଥିଲେ। ଅକ୍ଟୋବର ୧୪ ରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସ୍ୱତନ୍ତ୍ର ଏଂକ୍ଲୋଜର ଭିତରେ ରଖି ତାର ଚିକିତ୍ସା ଓ ପରୀକ୍ଷା ନିରୀକ୍ଷା ଚାଲିଥିଲା । ତା’ର ବୟସ ପ୍ରାୟ ୧୨ ବର୍ଷ ହୋଇଥିଲା । ଶେଷ ଥର ୩ଟି ଶବକ ଜନ୍ମ କରିବା ପରେ ସେ ଅସୁସ୍ଥ ହୋଇପଡ଼ିଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.