Below header

ରାଜ୍ୟସାରା ଫର୍ମାଲିନର ଭୟ

ଭୁବନେଶ୍ବର: ରାଜ୍ୟବାସୀଙ୍କ ମଧ୍ୟରେ ଫର୍ମାଲିନ୍ ଭୟ। ଆଜି ମଧ୍ୟ ରାୟଗଡ଼ା, ପୁରୀ ସମେତ ରାଜ୍ୟର ବିଭିନ୍ନ ମାଛ ମାର୍କେଟରେ ଯାଞ୍ଚ ଚାଲିଛି। ରାୟଗଡ଼ା ଜିଲ୍ଲା ମତ୍ସ୍ୟ ଓ ଜିଲ୍ଲା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଲିତ ଚଢାଉ କରାଯାଉଛି। ରାୟଗଡ଼ାକୁ ଆସୁଥିବା ଆନ୍ଧ୍ରପ୍ରଦେଶ, ପାର୍ବତୀପୁରମ୍, ବିଶାଖାପାଟଣା ସମେତ ବାଲୁଗାଁରୁ ଆସୁଥିବା ବିଭିନ୍ନ କିସମର ମାଛ ନମୁନା ସଂଗ୍ରହ କରାଯାଇଛି। ଏହାକୁ ପରୀକ୍ଷା ପାଇଁ ରାଜ୍ୟ ଖାଦ୍ୟ ପରୀକ୍ଷାଗାରକୁ ପଠାଯିବ।

raygada

ଢେଙ୍କାନାଳ ସହରରେ ଥିବା ବିଭିନ୍ନ ମାଛ ମାର୍କେଟରେ ମଧ୍ୟ ଚଢାଉ କରାଯାଉଛି। ମାଛରେ ଫର୍ମାଲିନ୍ ମିଶିଥିବା ସନ୍ଦେହରେ ମତ୍ସ୍ୟବିଭାଗ ଏବଂ ପୌରପରିଷଦ ପକ୍ଷରୁ ନମୁନା ସଂଗ୍ରହ କରାଯାଇଛି। ଗଣେଷ ବଜାର, ବାଜିଚୌକ ଓ ସହରରେ ଥିବା ଛୋଟ ବଡ ଦୋକାନରୁ ମାଛ ନମୁନା ସଂଗ୍ରହ କରାଯାଇ ଭୁବନେଶ୍ୱର ପରୀକ୍ଷା ପାଇଁ ପଠାଯାଇଛି। ସେପଟେ ଗ୍ରାହକମାନେ ଭୟରେ ମାଛ ଖାଇବାକୁ ଡରୁଛନ୍ତି। ଫଳରେ ବ୍ୟବସୟୀଙ୍କ ବେପାର ମଧ୍ୟ କମିଛି।

dhenkanal

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.