ଜାଣନ୍ତୁ ଅନାସ୍ଥା ପସ୍ତାବର ସମ୍ପୂର୍ଣ୍ଣ ଇତିହାସ : ଭାଙ୍ଗିସାରିଛି ଦୁଇଟି ସରକାର

ନୂଆଦିଲ୍ଲୀ: କେବେ ଓ କେତେଥର ଆସିଥିଲା ଅନାସ୍ଥା ପ୍ରସ୍ତାବ ଓ କଣ ହୋଇଥିଲା ଫଳାଫଳ। ଲୋକସଭାରେ ଏହା ହେଉଛି ୨୭ତମ ଅନାସ୍ଥା ପ୍ରସ୍ତାବ। ପୂର୍ବରୁ ୨୬ଟି ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ଏବେ ଜାଣନ୍ତୁ ଅନାସ୍ଥା ପ୍ରସ୍ତାବର ସମ୍ପୂର୍ଣ୍ଣ ଇତିହାସ ।

ପ୍ରଥମ ଅନାସ୍ଥା ପ୍ରସ୍ତାବ ଆସିଥିଲା ନେହରୁଙ୍କ ବିରୋଧରେ :

ପ୍ରଥମ ଅନାସ୍ଥା ୧୯୬୩ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ସରକାର ବିରୋଧରେ ଆସିଥିଲା। ନେହେରୁଙ୍କ ବିରୋଧରେ ଜେବି କ୍ରିପାଳିନୀ ଏହି ଅନାସ୍ଥା ପ୍ରସ୍ତାବ ରଖିଥିଲେ । କଂଗ୍ରେସ୍ ତରଫରୁ ଦ୍ବିତୀୟଥର ପାଇଁ ଅଧ୍ୟକ୍ଷ ନହୋଇପାରବାରୁ ପାର୍ଟି ଛାଡି ନିଜର କିଶାନ୍ ମଜଦୂର ପ୍ରଜା ପାର୍ଟି ଆରମ୍ଭ କରିଥିଲେ । ଯାହା ପରେ ସୋସିଆଲିଷ୍ଟ ପାର୍ଟି ସହ ମିଶି ପ୍ରଜା ସୋସିଆଲିଷ୍ଟ ପାର୍ଟି ବନି ଯାଇଥିଲା ।
ତେବେ କ୍ରିପାଳିନୀଙ୍କ ଦ୍ବାରା ନେହେରୁଙ୍କ ବିରୋଧରେ କରଯାଇଥିବା ଏହି ଅନାସ୍ଥା ପ୍ରସ୍ତାବ ପକ୍ଷରେ ୬୨ ଏବଂ ବିରୋଧରେ ୩୪୭ ଭୋଟ୍ ମିଳିଥିଲା । ଏହିପରି ଅନାସ୍ଥା ପ୍ରସ୍ତାବ କାମ କରିନଥିଲା ।

ଶାସ୍ତ୍ରୀଙ୍କୁ ତିନି ଥର ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ପଡିଥିଲା :

ନେହେରୁଙ୍କ ନିଧନ ପରେ ଦେଶର ପ୍ରଧାନମନ୍ତ୍ରୀ ବନିଥିଲେ ଲାଲ୍ ବାହାଦୂର ଶାସ୍ତ୍ରୀ । ତିନି ବର୍ଷର କାର୍ୟ୍ୟକାଳ ମଧ୍ୟରେ ତିନି ଥର ଅନାସ୍ଥା ପ୍ରସ୍ତାବ ଆଣିଥିଲେ ବିରୋଧୀ । କିନ୍ତୁ ଥରେ ମଧ୍ୟ ସଫଳ ହୋଇ ପାରିନଥିଲେ । ଏହା ପରେ ଶାସନ ଭାର ସମ୍ଭାଳିଥିଲେ ଇନ୍ଦିରା ଗାନ୍ଧୀ ।

ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ଆସିଥିଲା ସର୍ବାଧିକ ଅନାସ୍ଥା ପ୍ରସ୍ତାବ :

ଇନ୍ଦିରା ଗାନ୍ଧିଙ୍କ ସରକାର ବିରୋଧରେ ଆସିଥିଲା ରେକର୍ଡ ସଂଖ୍ୟକ ୧୫ଟି ଅନାସ୍ଥା ପ୍ରସ୍ତାବ। କିନ୍ତୁ ଥରେ ମଧ୍ୟ ବିରୋଧୀଙ୍କୁ ସଫଳତା ମିଳିନଥିଲା । ବିରୋଧୀଙ୍କ ମଧ୍ୟରୁ ସବୁଠାରୁ ଅଧିକ ଥର ଅନାସ୍ଥା ପ୍ରସ୍ତାବ ଆଣିଥିବା ରେକର୍ଡ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ସାଂସଦ ଜ୍ୟୋତି ବସୁଙ୍କ ନାଁରେ ରହିଛି । ସେ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ୪ଥର ଅନାସ୍ଥା ପ୍ରସ୍ତାବ ଆଣିଥିଲେ ।

ଅନାସ୍ଥା ପ୍ରସ୍ତାବ ଦ୍ବାରା ଭାଙ୍ଗିଥିଲା ପ୍ରଥମ ସରକାର :

ଭାରତର ସଂସଦୀୟ ଇତିହାସରେ ପ୍ରଥମ ଥର ପାଇଁ ୧୯୭୮ରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବକୁ ସଫଳତା ମିଳିଥିଲା । ଜରୁରୀକାଳୀନ ପରସ୍ଥିତି ପରେ ହୋଇଥିବା ନିର୍ବାଚନରେ ଜନତା ପାର୍ଟିକୁ ମିଳିଥିଲା ବହୁମତ । ଏବଂ ମୋରାଜୀ ଦେଶାଇ ହୋଇଥିଲେ ଦେଶର ପ୍ରଧାନମନ୍ତ୍ରୀ । ମୋରାରଜୀ ସରକାରଙ୍କ କାର୍ୟ୍ୟକାଳ ସମୟରେ ଦୁଇ ଥର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ତେବେ ପ୍ରଥମ ଥର ପ୍ରସ୍ତାବରେ ତାଙ୍କୁ କୌଣସି ସମସ୍ୟା ହୋଇ ନଥିଲା । କିନ୍ତୁ ୧୯୭୮ରେ ଦ୍ବିତୀୟ ଥର ହୋଇଥିବା ପ୍ରସ୍ତାବରେ ତାଙ୍କ ସରକାରଙ୍କ ଘଟକ ଦଳ ମଧ୍ୟରେ ମତଭେଦ ଦେଖାଦେଇଥିଲା । ନିଜ ହାର ଅନୁମାନ କରି ମୋରାରଜୀ ଦେଶାଇ ମତ – ବିଭାଜନ ପୂର୍ବରୁ ଇସ୍ତଫା ଦେଇଥିଲେ ।

ନରସିଂମ୍ହା ରାଓଙ୍କୁ ତିନି ଥର କରିବାକୁ ପଡିଥିଲା ଅନାସ୍ଥା ପ୍ରସ୍ତାବର ସାମ୍ନା :

ଶାସ୍ତ୍ରୀଙ୍କ ପରି ନରସିଂମ୍ହାଙ୍କୁ ମଧ୍ୟ ତିନି ଥର ଅନସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ପଡିଥିଲା । ୧୯୯୩ରେ ବହୁତ କମ୍ ଅନ୍ତରରେ ଅନାସ୍ଥା ପ୍ରସ୍ତାବକୁ ମାତ୍ ଦେଇପାରିଥିଲେ । ମାତ୍ର ୧୪ ଟି ଭୋଟ୍ ଅନ୍ତରରେ ବଂଚିଥିଲା ନରସିମ୍ହାଙ୍କ ସରକାର ।

ଭାଙ୍ଗିଥିଲା ଅଟଳ ସରକାର :

ଏନଡିଏ ସରକାରଙ୍କ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ବିରୋଧୀ ଦଳରେ ଥିବା ସମୟରେ ଦୁଇ ଥର ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଯେତେବେଳେ ବାଜପେୟୀ ନିଜେ ପ୍ରଧାନମନ୍ତ୍ରୀ ହେଲେ ଯେତେବେଳେ ତାଙ୍କୁ ମଧ୍ୟ ଦୁଇ ଥର ଅନାସ୍ଥା ପ୍ରସ୍ତାବର ସାମ୍ନା କରିବାକୁ ପଡିଥିଲା । ପ୍ରଥମ ଥର ସେ ନିଜ ସରକାର ବଂଚାଇ ପାରିନଥିଲେ । କିନ୍ତୁ ଦ୍ବତୀୟ ଥର ବିରୋଧୀଙ୍କୁ ଦେଇଥିଲେ ମାତ୍ ।

ଜୟଲଳିଥା ସମର୍ଥନ ଫେରାଇ ନେବାରୁ ବାଜପେୟୀ ସରକାରଙ୍କୁ ୧୯୯୯ରେ ଅନାସ୍ଥା ପ୍ରସ୍ତାବ ସାମ୍ନାକ କରିବାକୁ ପଡିଥିଲା । ସବୁଠୁ କମ୍ ଭୋଟ୍ ଆର୍ଥାତ୍ ଗୋଟିଏ ଭୋଟରେ ହାରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟ୍ଟଳ ବିହାରୀ ବାଜପେୟୀ। ସେ ମତ ବିଭାଜନ ପୂର୍ବରୁ ଇସ୍ତଫା ଦେଇ ଦେଇଥିଲେ । ଏହାପରେ ୨୦୦୩ରେ କଂଗ୍ରେସ ବାଜପେୟୀ ସରକାର ବିରୋଧରେ ଆଣିଥିଲେ ଅନାସ୍ଥା ପ୍ରସ୍ତାବ। ତେବେ ସେତେବେଳେ ଏନଡିଏ ସରକାର ପାଖରେ ରହିଥିଲା ବହୁମତ। ଏନଡିଏକୁ ମିଳିଥିଲା ୩୧୨ ଭୋଟ୍ ଯେତେବେଳେ ମାତ୍ର ୧୮୬ ଭୋଟରେ ସୀମିତ ରହିଗଲା ବିପକ୍ଷ ।

ଅଳ୍ପ ଭୋଟରେ ବଂଚିଗଲେ ମନମୋହନ ସରକାର :

ସେହିପରି ୨୦୦୪ରେ ୟୁପିଏ ସରକାର କ୍ଷମତାକୁ ଆସିବା ପରେ ୨୦୦୮ରେ ଆସ୍ଥା ଭୋଟର ସାମନା କରିଥିଲା। ୟୁପିଏ ମେଣ୍ଟରୁ ବାମଦଳ ସମର୍ଥନ ପ୍ରତ୍ୟାହାର କରି ନେବା ପରେ ଲୋକସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଥିଲେ ମନମୋହନ ସିଂହ। ଭୋଟିଂରେ ବିଜୟୀ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.