ସଂଘବଦ୍ଧ ଆକ୍ରମଣ : ଆହତଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

କଟକ (କେନ୍ୟୁଜ୍) : ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କର କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ। ଆଉ ଦୁଇଜଣ ଆହତ। ରାଜନୈତିକ ଶତ୍ରୁତାକୁ ନେଇ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଲେ। ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଯଂକୋଟି ଗ୍ରାମରେ। ମୃତ ଯୁବକଙ୍କ ନାଁ ହେଉଛି ବିକାଶ କୁମାର ଜେନା। ଆହତ ଦୁଇ ଜଣ ହେଲେ ସେହି ଗାଁର ପରେଶ କୁମାର ଜେନା ଓ ଚନ୍ଦ୍ରମଣି ଜେନା।

fight

ଗତକାଲି ରାତିରେ ଧାନ କାଟିବା ପାଇଁ ମୂଲିଆ ଯୋଗାଡ଼ କରିବାକୁ ଗଲା ସମୟରେ ପୂର୍ବ ରାଜନୈତିକ ଶତ୍ରୁତାରୁ ମୃତ ବିକାଶ ଓ ଆହତ ପରେଶ ଏବଂ ଚନ୍ଦ୍ରମଣିଙ୍କ ସହ ସେହି ଗାଁର କିଛି ଲୋକଙ୍କ ସହ ବଚସା ହୋଇଥିଲା। ପରେ ସେମାନେ ସଂଘବଦ୍ଧ ଭାବେ ଲୁହାରଡ଼ ଓ ଠେଙ୍ଗାରେ ଆକ୍ରମଣ କରି ବିକାଶଙ୍କୁ ଅତି ମୁର୍ମୁଶ କରିଦେଇଥିଲେ ଏବଂ ଅନ୍ୟ ଆହତ ଦୁଇ ଜଣ କୌଣସିମତେ ସେ ଜଗାରୁ ଖସି ପଳେଇ ଆସିବାକୁ ସକ୍ଷମ ହୋଇଥିଲେ ବୋଲି ମୃତ ବିକାଶଙ୍କ ବଡଭାଇ ଏକ ଲିଖିତ ଭାବେ ମାହାଙ୍ଗା ଥାନାରେ ଏତଲା କରିବା ସହ କହିଛନ୍ତି।

fight police

ଏପଟେ ଏହି ଘଟଣାରେ ମାହାଙ୍ଗା ଥାନାରେ ୨୨୬/୧୮ ନମ୍ବରରେ ଏକ କେସ ଦୟାର କରି ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଖୁବ ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଆଡିସନଲ ଏସ୍ପି କଟକ କହିଛନ୍ତି। ଶବ ବ୍ୟବଚ୍ଛେଦ ପରେ ଗ୍ରାମବାସୀ ଶବକୁ ନେଇ ମାହାଙ୍ଗା ଥାନା ସମ୍ମୁଖରେ ରଖି ଏତଲା ଦେଇଥିଲେ। ପୋଲିସର ବୁଝାସୁଝା ପରେ ଏବଂ କାର‌୍ୟ୍ୟାନୁଷ୍ଠାନ ପ୍ରତିଶ୍ରୁତି ପରେ ସେମାନେ ଫେରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.