Below header

ରାଜଧାନୀରେ ବିକଟାଳ ଶବ୍ଦ କରୁଥିବା ବାଇକ୍ ଧରପଗଡ଼ ଆରମ୍ଭ, ୧୫ଟି ଗାଡିକୁ ୧ହଜାର ଲେଖାଏଁ ଜରିମାନା ଆଦାୟ

ଭୁବନେଶ୍ବର: ବାଇକ୍ ଗୁଡିକର ବିକଟାଳ ହର୍ଣ୍ଣରେ ରାଜଧାନୀବାସୀ ଅତିଷ୍ଠ। ହର୍ଣ୍ଣର ଶବ୍ଦ ଏତେ ବିକଟାଳ ଓ ପ୍ରଚଣ୍ଡ ଯେ ସାଧାରଣ ଲୋକ ଏଥିରେ ପ୍ରଭାବିତ ହେଉଛନ୍ତି। ବିଶେଷକରି ବୃଦ୍ଧ, ଶିଶୁ ଓ ଗର୍ଭବତୀ ମହିଳାମାନଙ୍କ ଉପରେ ଏହାର ଅଧିକ କୁ-ପ୍ରଭାବ ପଡ଼ୁଛି। ଏହି ହର୍ଣ୍ଣ ଯୋଗୁଁ ରାଜଧାନୀର କେତେକ ଅଞ୍ଚଳରେ ଶବ୍ଦ ପ୍ରଦୂଷଣ ମଧ୍ୟ ବଢ଼ୁଛି। ଯାହାକୁ ନେଇ ଗତକାଲି ବିକଟାଳ ଶବ୍ଦ କରୁଥିବା ବାଇକ୍ ଗୁଡିକ ଉପରେ କମିସନରେଟ୍ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ଯନୁଷ୍ଠାନ।

ରାଜମହଲ,କଳିଙ୍ଗ ଷ୍ଟୁଡିଓ,ନାଲକୋ ଓ ବମିଖାଲ ଆଦି ଅଞ୍ଚଳରେ ଧରପଗଡ ହୋଇଥଲା । ୫ଟି ଟିମ୍ ଏଥିରେ ସାମିଲ୍ ହୋଇ ବିକଟାଳ ଶବ୍ଦ କରୁଥିବା ବାଇକ୍ ୧୫ଟି ବାଇକ୍ ଜାଳକଙ୍କୁ ଧରି ସେମାନଙ୍କଠାରୁ ୧ହଜାର ଟଙ୍କା ଲେଖାଏଁ ଫାଇନ୍ ଆଦାୟ କରିଥିଲେ । ଖାଲି ହର୍ଣ୍ଣ ନୁହେଁ  ବିକଟାଳ ସାଉଣ୍ଡ କରୁଥବା ସାଇଲେନ୍ସର ପାଇପ୍ ମଧ୍ଯ ଖୋଲାଯାଇଛି। ଆଗକୁ ଏହି ଚଢାଉ ଜାରି ରହିବ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.