Samsung ଆଣୁଛି ଦମ୍‌ଦାର ଆପ୍‌, ଏବେ ଲାପଟପ୍‌ରୁ ମଧ୍ୟ କରିପାରିବେ ଟେକ୍ସଟ୍‌ ମେସେଜ୍‌

ଲାପଟପ୍‌ରୁ ମେସେଜ୍‌ ପଠାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ସାମସଙ୍ଗ୍‌ ଏବେ ଏକ ଏଭଳି ମେସେଜିଂ ସର୍ଭିସ ଉପରେ କାମ କରୁଛି, ଯାହା ସାହାଯ୍ୟରେ ଆପଣ ନିଜ ଲାପଟପ୍‌ରୁ ବି ଟେକ୍ସଟ୍‌ ମେସେଜ୍‌ କରିପାରିବେ। ରିପୋର୍ଟ ମୁତାବକ, ସାମ୍‌ସଙ୍ଗର ମେସେଜିଂ ସର୍ଭିସ୍‌କୁ କେତେକ Windows 10 କମ୍ପ୍ୟୁଟରରେ ଟେଷ୍ଟ କରାଯାଉଛି।

ସାମ୍‌ସଙ୍ଗ୍‌ ମେସେଜିଂ ସର୍ଭିସ ଆସିବା ପରେ ଆପଣ ନିଜ ସାମସଙ୍ଗ୍‌ ସ୍ମାର୍ଟଫୋନ୍‌କୁ କମ୍ପ୍ୟୁଟର ସହ ଲିଙ୍କ୍‌ କରିପାରିବେ। ଏହା ପରେ ନିଜ କମ୍ପ୍ୟୁଟରରୁ ହିଁ ଆପଣ ଏସ୍‌ଏମ୍‌ଏସ୍‌ ଓ ଏମ୍‌ଏମ୍‌ଏସ୍‌ ପଠାଇପାରିବେ। ଫଳରେ ଆପଣଙ୍କୁ କୌଣସି ଥାର୍ଡ ପାର୍ଟି ସ୍କ୍ରିନ୍‌ ମିରରିଂ ଆପ୍‌ର ଆବଶ୍ୟକତା ପଡ଼ିବ ନାହିଁ। ତେବେ ଏଥିପାଇଁ ଏକ ସର୍ତ୍ତ ରହିଛି। ତାହା ହେଉଛି ଆପଣଙ୍କ ଲାପ୍‌ଟପ୍‌ରେ ୫ଜି କିମ୍ବା ୪ଜି ଏଲ୍‌ଟିଇ କନେକ୍ଟିଭିଟି ଥିବା ଜରୁରୀ।

samsung
Image Credit: amarujala

ସାମ୍‌ସଙ୍ଗ୍‌ ନିଜ ମେସେଜିଂ ସର୍ଭିସର ଲଞ୍ଚିଂକୁ ନେଇ ଏବେ ଯାଏଁ କିଛି ଅଫିସିଆଲି ଘୋଷଣା କରିନାହିଁ। ସାମ୍‌ସଙ୍ଗର ଏହି ସର୍ଭିସ ମାଇକ୍ରୋସଫ୍ଟ ଷ୍ଟୋରରେ ଦେଖିବାକୁ ମିଳିଛି। ଏହାକୁ ‘Utilities & tools’ କାଟାଗୋରୀରେ ରଖାଯାଇଛି। ଏ ନେଇ ଜଣେ ଟ୍ଵିଟର ୟୁଜର ସୂଚନା ଦେଇଛନ୍ତି।

ତେବେ ବର୍ତ୍ତମାନ ଏହି ଆପ୍‌କୁ ୟୁଜର ଡାଉନ୍‌ଲୋଡ୍‌ କରିପାରିବେ ନାହିଁ ବୋଲି ଜଣାଯାଇଛି। ମାଇକ୍ରୋସଫ୍ଟ ଷ୍ଟାର ତାଲିକା ମୁତାବକ, ସାମ୍‌ସଙ୍ଗର ଅପ୍‌କମିଂ ମେସେଜିଂ ଆପ୍‌ ସାମସଙ୍ଗ କେତେକ ନିର୍ଦ୍ଦିଷ୍ଟ କମ୍ପ୍ୟୁଟର ଯଥା Galaxy TabPro S, Galaxy Book 10.6 LTE, Galaxy Book 12 LTE, Galaxy Book 2 ଓ Galaxy Flex 2 5G ରେ ହିଁ କାମ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.