Below header

ଭୁବନେଶ୍ବର ବୁଦ୍ଧେଶ୍ବରୀ ମନ୍ଦିର ନିକଟସ୍ଥ ଗୁପ୍ତାସ୍ ସୁଇଟ୍ସରେ ଗ୍ୟାସ୍ ସିଲିଣ୍ଡର ଫାଟି ଅଗ୍ନିକାଣ୍ଡ, ୪ ଆହତ

ଭୁବନେଶ୍ବର : କଟକ ରୋଡ଼ ବୁଦ୍ଧେଶ୍ବରୀ ମନ୍ଦିର ନିକଟରେ ଥିବା ଗୁପ୍ତାସ୍ ସୁଇଟ୍ସରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହୋଇ ଅଗ୍ନିକାଣ୍ଡ। ଗତକାଲି ରାତିରେ ଗଟିଥିଲା ଏହି ଅଘଟଣ । ଏଥିରେ ଦୋକାନର ୪ ଜଣ କର୍ମଚାରୀ ଆହତ ଥିବାବେଳେ, ସେମାନଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ବିସ୍ଫୋରଣ ଏତେ ପ୍ରଚଣ୍ଡ ଥିଲା ଯେ ପାଖରେ ଥିବା ଘରର ଆଜବେଷ୍ଟସ୍ ଭାଙ୍ଗିଯାଇଥିଲା। ତେବେ ତୁରନ୍ତ ଖବର ପାଇ  ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଅନ୍ୟପକ୍ଷରେ ସିଲିଣ୍ଡର ଫାଟିବାରୁ ତେଲ କଡ଼େଇରୁ ତେଲ ଛିଟିକି କିଛି କର୍ମଚାରୀଙ୍କ ଉପରେ ପଡିବାରୁ ସେମାନେ ଆହତ ହୋଇଥିଲେ। ଘଟଣାସ୍ଥଳରେ ୧୦୮ ଆମ୍ବୁଲାନ୍ସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲା। ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଘରର ଆଜବେଷ୍ଟସ୍ ଭାଙ୍ଗି ଯାଇଥିଲେ ମଧ୍ୟ ଦୋକାନରେ ବସି ଖାଉଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.